
ବାସ୍ତବବ୍ୟୁରୋ:(ବବିତା ସାମଲ,ଭଦ୍ରକ) ଶିକୁଳିରେ ବନ୍ଧା ପଡିଛି ଜୀବନ,ଅସହାୟ ମାନସିକ ବିକୃତ ଯୁବକ ଆଜିବି ସହାୟତା ଅପେକ୍ଷାରେ | ଆମେ କହୁଛୁ ଭଦ୍ରକ କଲେଜର ଜଣେ ମେଧାବୀ ଛାତ୍ର ଜଗନ୍ନାଥ ମଲ୍ଲିକଙ୍କ ବିଷୟରେ ବୟସ ୨୪ ଆଜିକୁ ୪ବର୍ଷ ହେବ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଘର ବାରଣ୍ଡାରେ ଶିକୁଳି ରେ ବନ୍ଧାପଡି ରହିଛନ୍ତି ଜଗନ୍ନାଥ, ଭଦ୍ରକ ଗେଲପୁର ପଞ୍ଚାୟତ ଅଧୀନ ଗପବନ୍ଧୁ ନଗର ଗ୍ରାମର ରମାକାନ୍ତ ମଲ୍ଲିକ ଙ୍କ ସାନ ପୁଅ ଜଗନ୍ନାଥ ମଲ୍ଲିକ | ବାପା ଜଣେ ଦିନମଜୁରିଆ ,ଅଭାବୀ ପରିବାର ମାନସିକ ବିକୃତ ପୁଅ କୁ ଭଲ କରିବା ପାଇଁ ଅନେକ ଥର କଟକ ମେଣ୍ଟାଲ ହସ୍ପିଟାଲ ନେଇଥିଲେ ମଧ୍ୟ ସଫଳ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ |
ଭଦ୍ରକ ସୋସିଆଲ ସର୍ଭିସ ପରିବାର କୁ ଏହି ଖବର ଆସିବା ପରେ ଏକ ଟିମ୍ ତାଙ୍କ ପରିବାର କୁ ଭେଟି ସହାୟତା ପ୍ରଦାନ କରିଛନ୍ତି| ଜଗନ୍ନାଥଙ୍କ ସ୍ୱାସ୍ଥ ସମ୍ପର୍କରେ ବୁଝିବା ସହ ଭଲ ସ୍ୱାସ୍ଥ ସେବା ପ୍ରଦାନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ ଜାରି ରଖିବ ବୋଲି କହିଛନ୍ତି ଭଦ୍ରକ ସୋସିଆଲ ସର୍ଭିସ ଟିମ୍ |ଯଦି ଜ଼ିଲ୍ଲା ପ୍ରଶାସନ ଓ ସରକାରଙ୍କ ଶୁଭ ଦୃଷ୍ଟି ଜଗନ୍ନାଥଙ୍କ ଉପରେ ପଡନ୍ତା ତାହେଲେ ନିଶ୍ଚିନ୍ତ ଭାବେ ଏହି ଯୁବକ ଆଗାମୀ ଦିନରେ ସୁସ୍ଥ ଜୀବନ ଜାପାନ କରି ପାରିବ ବୋଲି ସାଧାରଣରେ ଚର୍ଚା ହେଉଛି |



