
ବାସ୍ତବବ୍ୟୁରୋ:ପଟ୍ଟାମୁଣ୍ଡାଇ,(ରବିନ୍ଦ୍ର କୁମାର ମାଝି) ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଶତାଧିକ ବିଜେପି କର୍ମୀ | ରାଜନଗରର ପୂର୍ବ ବିଧାୟକ ଅଲେଖ ଜେନା କହିବାନୁଯାଇ ପଟ୍ଟାମୁଣ୍ଡାଇରେ ବ୍ୟାପକ ଭାବେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଦୁର୍ନୀତି ହୋଇଥିବା ବେଳେ ପ୍ରକୃତ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହେଉଛ
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ,ଅର୍ଥ ଆସୁଛି ହେଲେ ମିଳୁଛି ଧନିଲୋକଙ୍କୁ ,ଘର କରିବାକୁ ବ୍ଲକ ଅଫିସରଙ୍କୁ ଲାଞ୍ଚ ଜିଏ ଯେତେ ଦେଇ ପାରିଲା ଆବାସ ତାର |ଅଧିକାରୀମାନେ ନେଉଛନ୍ତି ହଜାର ହଜାର ଟଙ୍କା ର ଅଗ୍ରିମ ଲାଞ୍ଚ ,ପ୍ରକୃତ ଗରିବଲୋକଙ୍କ ସ୍ଥାନରେ ଧନୀ ଲୋକ ନେଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ।
ବ୍ଲକ ଘେରାଉରେ କିଛି ଫଳ ମିଳେକି, ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପୂର୍ବତନ ବିଧାୟକ ଶ୍ରୀ ଅଲିଖ ଜେନା କହିଥିଲେକି ଆପଣମାନଙ୍କୁ ଜଣାଥିବ ଏହିପରି ଦୁର୍ନୀତି ବିରୁଧରେ ଆମର ପ୍ରତିବାଦ ରେ କେଦ୍ରିୟ ଟିମ ଆସି ଅନୁଧ୍ୟାନ କରି ୧୬ଟି ଜିଲ୍ଲାରେ ୫୮ ହଜାର କୋଟି ତାଙ୍କର ପ୍ରଧାନମନ୍ତ୍ରୀ ଆବାସ ରେ ଦୁର୍ନୀତି ହୋଇଛି ବୋଲି ରିପୋଟ ଦେଇଛନ୍ତି |କେନ୍ଦ୍ର ସରକାର ରାଜ୍ୟକୁ ଏବିଷୟରେ ଅବଗତ କରାଇଛନ୍ତି |ଏହା ସତ୍ୱ ଦୁର୍ନୀତ ଖୋର ଦଲାଲମାନେ ମିଛ ଗ୍ରାମସଭାରେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ପୁରାଇ ମୋଦି ଦେଇଥିବା ୮ ଲକ୍ଷ ୧୭ ହଜାର ଆବାସକୁ ହଡପ କରିବାକୁ ମସୁଧା ଚଳାଇଛନ୍ତି |
ପଟ୍ଟାମୁଣ୍ଡାଇର ବିଜେପିର ନେତା ବିଶ୍ଵରଞ୍ଜନ ପାତ୍ରଙ୍କ ଅଭିଯୋଗ ହେଉଛି ପଟ୍ଟାମୁଣ୍ଡାଇ ବ୍ଲକରେ ସ୍ଥାନୀୟ ବିଜେଡି ନେତାଙ୍କ ହସ୍ତକ୍ଷେପରେ ମିଳୁଛି ଲୋକଙ୍କୁ ଆବାସଯୋଜନା ତେଣୁ ଏହାକୁ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଅଛି |ତେଣୁ ବିଜେପି କର୍ମୀ ମାନଙ୍କ ପକ୍ଷରୁ ଏକ ଅଳ୍ପ ସଂଖ୍ୟକ କର୍ମୀ ଙ୍କୁ ନେଇ କରୋନା କଟକଣା ଭିତରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦଯାତ୍ରା ସହ ବିଡିଓ ଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଅଛି |