କରୋନା ମହାମାରୀ ସମୟରେ ମୋଦିଙ୍କ ଆହ୍ୱାନ କ୍ରମେ ରକ୍ତଦାନ ଶିବିର ଅନୁଷ୍ଠିତ…

ବାସ୍ତବବ୍ୟୁରୋ:(ଭଦ୍ରକ) ରକ୍ତ ଦାନ ମହାପୁଣ୍ୟ। ମହାମାରୀ ପରି ଭୟଙ୍କର ସ୍ଥିତି ରେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଓ କେତେକ ଯୁବପିଢି ଙ୍କ ଉଦାର ମାନଭାବ ଯୋଗୁଁ ଭଦ୍ରକ ରେ ଆୟୋଜିତ ହୋଇଥିଲା ରକ୍ତ ଦାନ ଶିବିର। ସମାଜ ରେ ରକ୍ତ ଅଭାବ ରୁ ଦିନ କୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।

ଏହି ପରିସ୍ଥିତି କୁ ଆଖିରେ ରଖି ଜିଲ୍ଲା ବି.ଜେ.ପି ପକ୍ଷ ରୁ ଯେଉଁ ପଦକ୍ଷେପ ନିଆଯାଇଛି ଅତି ପ୍ରଶଂସନୀୟ। ଆଜି ବି.ଜେ.ପି ଯୁବପିଢି ଙ୍କ ଆଗୁଆ ପଦକ୍ଷପ ରେ ଭଦ୍ରକ ଚରମ୍ପା ସ୍ଥିତ ଅଗ୍ରୱାଲ ପେଲେସ୍ ରେ ୫୦ ରୁ ୭୦ ୟୁନିଟ ମଧ୍ୟ ରେ ରକ୍ତ ଦାନ କରି ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି। ଏହି ମହାନ ଦିବସ ରେ ବି.ଜେ.ପି ର ବହୁ ଯୁବ ନେତା ଉପସ୍ଥିତ ରହି ଏହି ମହାନ କାର୍ଯ୍ୟକୁ ସୁଚାରୁରୂପେ ପ୍ରତିପାଦନ କରିବାରେ ସଫଳ ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆପାଚି ଧକ୍କାରେ ଆଦିବାସୀ ମହିଳାଙ୍କ ଅବସ୍ଥା ଗୁରୁତର

Fri Jul 9 , 2021
ଭୋଗରାଇ,(ଦିଲୀପ ପଣ୍ଡା)ବାଲେଶ୍ବର ଜିଲ୍ଲା ୫୭ ନମ୍ବର ରାଜ୍ୟ ରାଜପଥ ଜଳେଶ୍ବର ଚନ୍ଦନେଶ୍ଵର ରାସ୍ତାର କର୍ମଦା ଥାନା ଅନ୍ତର୍ଗତ କର୍ମଦା କଲେଜ ଛକଠାରୁ ଅଳ୍ପ ଦୂରରେ କାନପୁର ରେ ସରଦେଇ ସିଂ ୭୫ବର୍ଷ ଆଦିବାସୀ ମହିଳାଙ୍କୁ OD 01R 4345 ନମ୍ବର ଆପାଚି ବାଇକ ଆରୋହୀ ସଂଗ୍ରାମ ଆଚାର୍ଯ୍ୟ ଧକ୍କା ଦେଇଥିଲା ଫଳରେ ବୃଦ୍ଧାଙ୍କ ବାମ ଗୋଡ ଓ ଡାହାଣ ହାତ ଭାଙ୍ଗି ଯାଇଛି ସେଠାରେ ଉପସ୍ଥିତ ଥିବା ଲୋକମାନେ ସେହି […]

You May Like

Pin It on Pinterest