ପୁଣି ଭଦ୍ରକ ଜିଲ୍ଲାରେ ଚୋରା କୋଇଲା ମାଫିଆ ସକ୍ରିୟ….

ବାସ୍ତବବ୍ୟୁରୋ:(ଭଦ୍ରକ)ଭଦ୍ରକ ଜିଲ୍ଲାରେ ପୁଣି କୋଇଲା ମାଫିଆ ସକ୍ରିୟ ହେଲେଣି । ପୁରୁଣା ଚେର ପୁଣି ଲମ୍ବିବାକୁ ଲାଗିଲାଣି । ଏବେ ଖୋଲମଖୁଲା ଚାଲାଣ ହେଉଛି ଚୋରା କୋଇଲା । ଏପଟେ ପୋଲିସର ଇଙ୍ଗିତ ରେ ପୁଣି କୋଇଲା ବେପାର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହି ମାଫିଆ ମାନେ ଦିନବେଳା କୋଇଲା ଚାଲାଣ କରୁଥିବା ଖବର ପାଇ ଆଜି ଏସ୍ଟିଏଫ ଙ୍କ ସୂଚନା ଅନୁଯାୟୀ ଧୁସୁରି ଥାନା ପୁଲିସ ଏକ ଟ୍ରକ କୁ ଥାନାରେ ଅଟକ ରଖିଛି ।

ଓଡ଼ି୦୪-ଏଲ / ୭୫୫୧ ନଂ ଥିବା ଦଶ ଚକିଆ ଟ୍ରକରେ କୋଇଲା ବୋଝେଇ ହୋଇ ବଜାର ପାଖରେ ଛିଡା ହୋଇଥିବା ବେଳେ ପୁଲିସ ଏହି ଗାଡ଼ିରେ ଥିବା ୬ଶହ କୋଇଲା ବ୍ୟାଗ (୩୦ ଟନ) ପରିମାଣର ଜବତ କରିଛି। ଏହି ଗାଡିର ଡ୍ରାଇଭର ଓ ହେଲ୍ପର ଉଭୟ(ବିହାର) ଅଞ୍ଚଳର । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୧୫୩/୨୧ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଥିବା କଥା ଧୂସୁରି ପୋଲିସ କହିଛି । ତେବେ ଏହି ଗାଡିର ମାଲିକ ତିହିଡି ଅଞ୍ଚଳର ‘ବାୟା’ ବୋଲି ଶୁଣିବାକୁ ମିଳୁଛି , ପୁଲିସ ଏହି ଗାଡିର ମାଲିକ କିଏ ଓ ଚୋରା କୋଇଲାର ଦାବିଦାର କିଏ ହେବ ତାକୁ ପ୍ରେସ ବିବୃତ୍ତି ମାଧ୍ୟମରେ ସ୍ପଷ୍ଟ କରିବେ କି ବୋଲି ପ୍ରଶ୍ନ ଉଠିଛି | ତେବେ ଯାହାହେଉ ଆଗକୁ ପୁଲିସ ତଦନ୍ତରେ କଣ ସଠିକ ରିପୋର୍ଟ ଆସୁଛି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଯୋଗ କରିବା ସମୟରେ ଭୁଲ୍ ରେ'ବି ଏହି ୪ ଟି ଭୁଲ କରନ୍ତୁ ନାହିଁ, ଏକ ଛୋଟ ଭୁଲ ଭାରୀ ହୋଇପାରେ...

Sat Jul 10 , 2021
ବାସ୍ତବବ୍ୟୁରୋ:ଶରୀରକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏଥି ସହିତ, ଆଜିର ଯୁଗରେ, ନୂତନ ରୋଗ ଯେପରି ଲୋକଙ୍କୁ ନିଜ ଆଡକୁ ନେଉଛି, ଏହା ସମସ୍ତଙ୍କ ପାଇଁ ବିପଦଜନକ ଅଟେ | ଏପରି ପରିସ୍ଥିତିରେ, ଲୋକମାନେ ନିଜକୁ ଫିଟ୍ ରଖିବା, ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଖାଇବା, ସକାଳୁ ଉଠିବା, ରାତିରେ ଠିକ୍ ସମୟରେ ଶୋଇବା, ଅନ୍ୟାନ୍ୟ ଜିନିଷର ଯତ୍ନ ନେବା ପାଇଁ ଲୋକମାନେ ଏକ ଭଲ ଖାଦ୍ୟ ଅନୁସରଣ […]

You May Like

Pin It on Pinterest