ଆପାଚି ଧକ୍କାରେ ଆଦିବାସୀ ମହିଳାଙ୍କ ଅବସ୍ଥା ଗୁରୁତର


ଭୋଗରାଇ,(ଦିଲୀପ ପଣ୍ଡା)ବାଲେଶ୍ବର ଜିଲ୍ଲା ୫୭ ନମ୍ବର ରାଜ୍ୟ ରାଜପଥ ଜଳେଶ୍ବର ଚନ୍ଦନେଶ୍ଵର ରାସ୍ତାର କର୍ମଦା ଥାନା ଅନ୍ତର୍ଗତ କର୍ମଦା କଲେଜ ଛକଠାରୁ ଅଳ୍ପ ଦୂରରେ କାନପୁର ରେ ସରଦେଇ ସିଂ ୭୫ବର୍ଷ ଆଦିବାସୀ ମହିଳାଙ୍କୁ OD 01R 4345 ନମ୍ବର ଆପାଚି ବାଇକ ଆରୋହୀ ସଂଗ୍ରାମ ଆଚାର୍ଯ୍ୟ ଧକ୍କା ଦେଇଥିଲା ଫଳରେ ବୃଦ୍ଧାଙ୍କ ବାମ ଗୋଡ ଓ ଡାହାଣ ହାତ ଭାଙ୍ଗି ଯାଇଛି ସେଠାରେ ଉପସ୍ଥିତ ଥିବା ଲୋକମାନେ ସେହି ବୃଦ୍ଧା ଜଣଙ୍କୁ କର୍ମଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ କିନ୍ତୁ ଡ଼ାକ୍ତର ସମ୍ବିତ ପରିଡ଼ାଙ୍କ କହିବାନୁଯାୟୀ ଆଦିବାସୀ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ରହିଛି ତେଣୁ ତାଙ୍କୁବାଲେଶ୍ଵର ମୁଖ୍ୟ ଚିକିତ୍ସା କେନ୍ଦ୍ର କୁ ୧୦୮ ଯୋଗେ ସ୍ଥାନାନ୍ତରିତ କରାଯାଇଛି ।

ଘଟଣାସ୍ଥଳରେ ଉଜେନା ଲାଗିରହିଥିବାରୁ ସେଠାକାର ଉଆଡ ମେମ୍ବର ଙ୍କ ଦ୍ଵାରା ବାଇକଟିକୁ ଅଟକ ରଖି କର୍ମଦା ପୋଲିସ ଙ୍କୁ ହସ୍ତାନ୍ତର କରାଇଛନ୍ତି କିନ୍ତୁ ବାଇକ ଚାଳକ ଜଣକ ସଂପତିଆ ଗ୍ରାମର ବୋଲି ଜଣାପଡ଼ିଛି ସେ ଫେରାର ହୋଇଯାଇଛନ୍ତି । ମହତ ପଣିଆ ଦେଖିବାକୁ ଯାଇ କିଛି ସମାଜସେବୀ ଅମଲ କୁମାର ତ୍ରିପାଠୀ , ରବିନାରାୟଣ ଦାସ ,ଖଗେନ୍ଦ୍ର ଦାସ ସହିତ କର୍ମଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ସମସ୍ତ ର୍କମଚାରି ଙ୍କ ଦ୍ଵାରା ଏହି ମହାନତା କୁ ନେଇ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଅର୍ପଣ କରିଥିଲେ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆବସ ଦୁର୍ନୀତିକୁ ନେଇ ନର୍ଲାରେ ଗର୍ଜିଲା ବିଜେପି...

Fri Jul 9 , 2021
ନର୍ଲା,(ସନ୍ତୋଷ ସାହୁ )କଳାହାଣ୍ଡି ଜିଲ୍ଲା,ନରଲା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ନର୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବ୍ଲକ ଘେରାଉ କରାଯାଇଛି। ବିଜେପି ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ, ସରିଆଁ ମଣ୍ଡଳ ସଭାପତି ସଞ୍ଜୟ ମାଝୀ ଓ ରୁପ୍ରା ମଣ୍ଡଳ ସଭାପତି କିର୍ତ୍ତି ଚନ୍ଦ୍ର ମାହାରଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଚାରିଛକ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲା। ସେଠାରେ […]

You May Like

Pin It on Pinterest