ଆବସ ଦୁର୍ନୀତିକୁ ନେଇ ନର୍ଲାରେ ଗର୍ଜିଲା ବିଜେପି…

ନର୍ଲା,(ସନ୍ତୋଷ ସାହୁ )କଳାହାଣ୍ଡି ଜିଲ୍ଲା,ନରଲା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ନର୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବ୍ଲକ ଘେରାଉ କରାଯାଇଛି। ବିଜେପି ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ, ସରିଆଁ ମଣ୍ଡଳ ସଭାପତି ସଞ୍ଜୟ ମାଝୀ ଓ ରୁପ୍ରା ମଣ୍ଡଳ ସଭାପତି କିର୍ତ୍ତି ଚନ୍ଦ୍ର ମାହାରଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଚାରିଛକ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲା। ସେଠାରେ ନର୍ଲା ବିଡିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା |

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଅନିୟମିତତା ହୋଇଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ବିଜେପି। ୨୦୨୧ ଆବାସ ତାଲିକାରେ କଳାହାଣ୍ଡି ଜିଲ୍ଲାର କୈାଣସି ଯୋଗ୍ୟ ହିତାଧିକାରୀଙ୍କ ନାମ ନଥିବାରୁ ନର୍ଲା ବିଜେପି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।

ଏହି ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ନର୍ଲା ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟା ସୁଶ୍ରୀ ରୀନା ଭୋଇ, ଜିଲ୍ଲା ବିଜେପି ଉପସଭାପତି ଅନିରୁଦ୍ଧ ପଧାନ, ନର୍ଲା ପ୍ରଭାରୀ ଦୟାନିଧି ସାହୁ, ରୁପ୍ରା ପ୍ରଭାରୀ ସରୋଜ ବୁଦ୍ଧିଆ, ଭାନପୁର ପ୍ରଭାରୀ ବିଷ୍ଣୁ ବଡ଼ପଣ୍ଡା, ଜୁରାଡବରା ପ୍ରଭାରୀ ପଦ୍ମ ଲୋଚନ ମିଶ୍ର, ଜିଲ୍ଲା କାର୍ଯ୍ୟକାବରିଷ୍ଠ କାର୍ଯ୍ୟକାର୍ତ୍ତା ବିଜୟ ନାଏକ, ସୁରେଶ ଚନ୍ଦ୍ର ଭୋଇ, ସଞ୍ଜୟ ନାଏକ ଙ୍କ ସମେତ ଦିଗାମ୍ବର ପୁଝାରୀ, ଲକ୍ଷ୍ମଣ ଦିପ, ଅଜୟ ନନ୍ଦ, ବିକାଶ ଦତ୍ତା ଓ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ଜଳେଶ୍ଵର ବିଜେପି ର ଧାରଣା...

Fri Jul 9 , 2021
ନବୀନ କୁମାର୍ ସାହୁ,(ଜଳେଶ୍ୱର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଜଳେଶ୍ୱର ବଜେପି ର ପକ୍ଷରୁ ବ୍ଲକ ସମ୍ଭୁଖରେ ରେ ଧାରଣା ଦିଆଯାଇଥିଲା।ଏହି ଧାରଣା ରେ ବାଲେଶ୍ଵର ବଜେପି ନେତ୍ରୀ ସିପ୍ରା ବାଜପାଇ, ମନୋଜ ସ।ସମଲ,ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ ସମେତ ବହୁ ବଜେପି କର୍ମୀ ଧାରଣା ବସିଥିଲେ।ଏହି ଅବସରରେ ଜଳେଶ୍ୱର ବି ଦି ଓ ଙ୍କୁ ତୁରନ୍ତ ତଦନ୍ତ କରିବା ପାଇଁ ଦାବି ପତ୍ର1 […]

You May Like

Pin It on Pinterest