ଭୟାବହ ଅଗ୍ନିକାଣ୍ଡରେ ଦୁଇ ପରିବାର ସର୍ବସ୍ୱାନ୍ତ

ଭୋଗରାଇ,(ଦିଲ୍ଲୀପ କୁମାର ପଣ୍ଡା) ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ କଚୁଆଡି ଗ୍ରାମ ପଞ୍ଚାୟତର କଚୁଆଡି ଗ୍ରାମର ପ୍ରଦୀପ ସାମଲ ଓ ରାଜେସ ସାମଲ ପୃଥକ ପୃଥକ ପରିବାରର ଭୋର ୪ଟା ସମୟରେ ହଠାତ୍ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କା ରଆସବାବପତ୍ର ସହିତ ସରକାରୀ କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଛି |

ପଛପଟେ ଥିବା ପଡୋଶୀ ଆସି ଏହି ଦୁଇ ପରିବାରର ଲୋକଙ୍କୁ ଡାକି ପଦାକୁ ବାହାର କରିବା ସହ ଗ୍ରାମ ବାସିଙ୍କୁ ଖବର ଦେଇଥିଲେ ପରେ ସେହି ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦମକଳ ବାହୀନି ଙ୍କୁ ଖବର ଦେବା ସହ ଭୋଗରାଇ ତହସିଲଦାର ଙ୍କୁ ଜଣାଇଥିଲେ ।ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ୭୦ରୁ ୮୦ ଭାଗ ପୋଡି ପାଉଁଶ ହୋଇଗଲାଣି । ତହସିଲଦାରଙ୍କ ନିର୍ଦ୍ଦେଶରେ ଆରଆଇ ତଦାରଖ କରୁଛନ୍ତି , ପଞ୍ଚାୟତ ତରଫରୁ ୩ଦିନ ଯାଏଁ ରନ୍ଧା ଖାଦ୍ୟ ଖାଇବା ପାଇଁ ଦେବାର ବ୍ୟବସ୍ଥା ହୋଇଛି ବୋଲି ସରପଞ୍ଚ ଙ୍କ ପ୍ରତିନିଧି ଆମ କ୍ୟାମେରା ସାମ୍ନାରେ କହିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆର ପାରିରେ ଶିକ୍ଷକ ଗୌରବ ଗିରିଜା ସାର୍...

Sat Jul 10 , 2021
ଭୋଗରାଇ,(ଦିଲ୍ଲୀପ କୁମାର ପଣ୍ଡା)ଆଜି ଭୋଗରାଇ ବ୍ଲକ ର ଜଣେ ଛାତ୍ର ବତ୍ସଳ ଶିକ୍ଷକ , ଜ୍ଞାନୀ , ଗୁଣୀ ତଥା ସୁସାହିତ୍ଯିକ,ସୁବକ୍ତା ତଥା ଜଣେ ସଂଗ୍ରାମୀ ଶିକ୍ଷକ ନେତା ଗିରିଜା ସାରଙ୍କୁ ହରାଇଛି । ଦୀର୍ଘ ଦିନ ଧରି ଗିରିଜା ସାର ଵlର୍ଧ୍ୱକ୍ୟ ରୋଗରେ ପୀଡିତ ଥିଲେ.ଆଜି ସକାଳେ ତାଙ୍କର ପ୍ରାଣବାୟୁ ଉଡିଯାଇଛି |ଏହି ଦୁଖଦଃ ଘଟଣା ଭୋଗରାଇ ବାସୀଙ୍କ ପାଇଁ ବିରାଟ ଶୂନ୍ୟତା ସୃଷ୍ଟି କରିଛି, l ତାଙ୍କ […]

You May Like

Pin It on Pinterest