
ଭୋଗରାଇ,(ଦିଲ୍ଲୀପ କୁମାର ପଣ୍ଡା)ଆଜି ଭୋଗରାଇ ବ୍ଲକ ର ଜଣେ ଛାତ୍ର ବତ୍ସଳ ଶିକ୍ଷକ , ଜ୍ଞାନୀ , ଗୁଣୀ ତଥା ସୁସାହିତ୍ଯିକ,ସୁବକ୍ତା ତଥା ଜଣେ ସଂଗ୍ରାମୀ ଶିକ୍ଷକ ନେତା ଗିରିଜା ସାରଙ୍କୁ ହରାଇଛି । ଦୀର୍ଘ ଦିନ ଧରି ଗିରିଜା ସାର ଵlର୍ଧ୍ୱକ୍ୟ ରୋଗରେ ପୀଡିତ ଥିଲେ.ଆଜି ସକାଳେ ତାଙ୍କର ପ୍ରାଣବାୟୁ ଉଡିଯାଇଛି |ଏହି ଦୁଖଦଃ ଘଟଣା ଭୋଗରାଇ ବାସୀଙ୍କ ପାଇଁ ବିରାଟ ଶୂନ୍ୟତା ସୃଷ୍ଟି କରିଛି, l
ତାଙ୍କ ଅସୀମ ତ୍ୟାଗ, ନିଷ୍ଠା, ସେବା ଏବଂ ମାନବବାଦ ଚିରଦିନପାଇଁ ଭୋଗରାଇ ବାସୀଙ୍କୁ କେବଳ ନୁହେଁ ଶିକ୍ଷକ ସମାଜ ପାଇଁ ସ୍ମରଣୀୟ ହଇ ରହିବ.|ସେ କଟିସାହି ଭଗବାନ୍ ଚନ୍ଦ୍ର ହାଇସ୍କୁଲରୁ ହେଡମାଷ୍ଟର ପଦରୁ ଅବସର ନେଇ ସମାଜର କଲ୍ଯାଣ ନିମନ୍ତେ ବିଭିନ୍ନ ପ୍ରକାର ସମାଜ ପାଇଁ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିବା ସଙ୍ଗେ ସଙ୍ଗେ ଜୀବନର ଅନ୍ତିମ ସମୟ ପର୍ଯ୍ଯନ୍ତ ଶିକ୍ଷା ଦାନ କାଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ।
ଶିକ୍ଷା କ୍ଷେତ୍ରରେ ଓ ଶିକ୍ଷକ ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ.ସେଥିପାଇଁ ସେ ବିଭିନ୍ନ ସଂଗଠନ ପକ୍ଷରୁ ପୁରସ୍କୃତ ମଧ୍ୟ ହଇଥିଲେ .ତାଙ୍କ ବିୟୋଗରେ ଭୋଗରାଇ ବ୍ଲକରେ ଶୋକର ଛାୟା ଖେଳିଯାଇଛି |