ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର…ଓଡ଼ିଆ ଝିଅ ଦୂତି ଚାନ୍ଦ

ବାସ୍ତବ ବ୍ୟୁରୋ : ଗତକାଲି ମୁମ୍ବାଇରେ ଆୟୋଜିତ ହାଇ ପ୍ରୋଫାଇଲ ଆୱାର୍ଡ ଉତ୍ସବରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଆଉ ଏକ ସମ୍ମାନ ମିଳିଛି | ଭୋଗୁଏ ପକ୍ଷରୁ ଦୂତିଙ୍କୁ ଚଳିତବର୍ଷର ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି | ଲମ୍ବା ସମୟ ଧରି କ୍ରୀଡା କ୍ଷେତ୍ରରେ ତାଙ୍କ ସଫଳତା ଓ ସଂଘର୍ଷ ପାଇଁ ଏ ସମ୍ମାନ ପ୍ରଦାନ କରାଯାଇଛି | ସେହିପରି ଭୋଗ ମ୍ୟାନ ଅଫ ଦି ଇୟର ସମ୍ମାନରେ ରଣବୀର କପୁରଙ୍କୁ ସମ୍ମାନିତ କରାଯାଇଛି |

ଆଲିଆ ଭଟ୍ଟଙ୍କୁ ପରଫୋରମର ଅଫ ଦି ଇୟର, ଅନୁଷ୍କା ଶର୍ମାଙ୍କୁ ଷ୍ଟାଇଲ ଆଇକନ ଅଫ ଦି ଇୟର, କ୍ୟାଟ୍ରିନା କୈଫଙ୍କୁ ରିସ୍କ ଟେକର ଅଫ ଦି ଇୟର ଓ ଅନନ୍ୟା ପାଣ୍ଡେଙ୍କୁ ୟୁଥ ଇନଫ୍ଲୁଏନସର ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି |

ଏଠାରେ ସୂଚନା ଥାଉ କି ‘କୌନ ବନେଗା କରୋଡପତି’ରେ ବିଗଙ୍କ ସାମନାରେ ହଟ୍ ସିଟରେ ଖୁବ ଶୀଘ୍ର ବସିବାକୁ ଯାଉଛନ୍ତି ଦୂତୀ ଚାନ୍ଦ | କେବିସିରେ ଭାଗ ନେଇ ଓ ବିଗ୍‌ ବିଙ୍କୁ ଭେଟିବା ପାଇଁ ଦୂତୀ ବେଶ୍‌ ଉତ୍ସାହିତ ଥିବା ସହିତ ଓଡ଼ିଶାବାସୀ ବି ତାଙ୍କ ସୋ’କୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ରାଶିଫଳ

Mon Oct 21 , 2019
ମେଷ: କ୍ୟାରିୟରକୁ ନେଇ ଆପଣ ଟିକେ ଚିନ୍ତିତ ରହିବେ। କୌଣସି ନୂଆ କାମ କରିବା ପୂର୍ବରୁ ବରିଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ବିତିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୪। ବୃଷ: ଆପଣଙ୍କ ଜୀବନ ଲାଗି ଭଲ ଦିନଟିଏ। କୌଣସି ବି କାମ କରନ୍ତୁ; ସମୟ ପୂର୍ବରୁ ପୂରା ହୋଇଯିବ। ଛାତ୍ରଙ୍କର ଗବେଷଣା କାମ ସ˚ପୂର୍ଣ୍ଣ ହୋଇପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯। ମିଥୁନ: ଖୋଦ୍‌କୁ ସୁସ୍ଥ […]

You May Like

Pin It on Pinterest