
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସର ନାହିଁ ନଥିବା ଦର ବୃଦ୍ଧି ପ୍ରତିବାଦରେ,କେନ୍ଦ୍ରାପଡା ନଗର ଓ ବ୍ଲକ କଂଗେସ ମିଳିତ ଉଦ୍ୟମରେ ଆଜି କେନ୍ଦ୍ରାପଡା ସହରରେ ଏକ ସାଇକେଇ ରାଲି କରାଯାଇଥିଲା |ଏହା ତିନିମୁହାଁଣୀ ରାମମନ୍ଦୀରରୁ ଆରମ୍ଭ ହୋଇ କେଶପୁର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଶେଷ ହୋଇଥିଲା | ସେଠାରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ମଧ୍ୟ କଂଗେଶ ପକ୍ଷରୁ ଡାହ କରାଯାଇଥିଲା |

ଏହି ଅବସରରେ ପୂର୍ବତନ ବିଧାୟକ ତଥା କଂଗ୍ରେସର ଆଗ ଧାଡ଼ିର ନେତା ଗଣେଶ ବେହେରା ଶୋଭାଯାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେକି,କେନ୍ଦ୍ରରେ ମୋଦି ସରକାର ଦେଶବାସୀଙ୍କ ଆର୍ଥୀକ ଶୋଷଣ କରିବା ପାଇଁ ଶଢାଯନ୍ତ୍ର କରିଛନ୍ତି| ଫଳ ସ୍ୱରୂପ ମେ ମାସରେ ୧୬ ଥର,ଜୁନମାସରେ ୧୬ ଥର ଓ ଜୁଲାଇ ମାସରେ ଅବେସୁଧା ପେଟ୍ରୋଲ ୫ ଥର ଓ ଡିଜେଲ ୩ ଥର ଦର ବୃଦ୍ଧି କରିସାରିଲେଣି |ବିଗତ ୯ ମାସ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ୧୬ ପଇସା ଓ ଡିଜେଲ ୮ ଟଙ୍କା ୮୯ ପଇସା ମାହାଙ୍ଗା ହୋଇଛି |ଯଦି ଦେଶର ପ୍ରଧାନମନ୍ତ୍ରୀ ଦେଶ ବାସୀଙ୍କ ପ୍ରତି ଏପରି ଉପହାସ କରି ଚାଲନ୍ତି,ତେବେ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ବାଧ୍ୟହେବ |

ନଗର କଂଗେଶ ସଭାପତି ରାଜେଶ ମହାନ୍ତି ଓ ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା ରାଲିର ମଙ୍ଗ ଧରିଥିବାବେଳେ,କେନ୍ଦ୍ରାପଡା ବିଧାନସଭା ଯୁବକଂଗ୍ରେସ ସଭାପତି ରତିକାନ୍ତ ସାମଲ,ପ୍ରଦେଶ କଂଗ୍ରେସ ସୋସିଆଲ ମିଡ଼ିଆ ସାଧାରଣ ସମ୍ପାଦକ ସମ୍ବିଦ ଶ୍ରୀଚନ୍ଦନ,ଛାତ୍ରକଙ୍ଗ୍ରେଶ ସଭାପତି ପରବେଜ ଅଖତାର ,ମୁକ୍ତାର ଖାଁ ଓ ବରିଷ୍ଠ ନେତ୍ରୁ ମଣ୍ଡଳ ସାମିଲ ହୋଇ ଏହି ପ୍ରତିବାଦ ରାଲିକୁ ସଫଳ କାରୀଟିଲେ |