
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ କରୋନା ସଂକ୍ରମିତ ସର୍ବାଧିକ,ଏଠାରୁ ୫୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ,ରାଜ୍ୟରେ ୨୨୮୨ ଜଣ ନୂଆ କରୋନାରୋଗୀ ଚିହ୍ନଟ ହୋଇଛନ୍ତି।ସେଥିରୁ ୧୩୧୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୯୬୭ଟି ହେଉଛି ସ୍ଥାନୀୟ ବାସିନ୍ଦା।ସରକାରୀ ସୂଚନାନୁଯାୟୀ ରାଜ୍ୟରେ କରୋନାରେ ଗତ ୨୪ ଘଂଟାରେ ୬୫ ଜଣ ଲୋକଙ୍କର ପ୍ରାଣ ହାନି ଘଟିଛି । ଆଜି ସୁଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୯୯ରେ ପହଂଚିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ପଛକୁ କଟକରୁ ୨୮୯, ବାଲେଶ୍ୱରରୁ ୧୪୬, ମୟୂରଭଞ୍ଜରୁ ୧୪୧, ପୁରୀରୁ ୧୨୭, ଯାଜପୁରରୁ ୧୧୧ ଓ ଷ୍ଟେଟ୍ ପୁଲ୍ରୁ ୧୧୭ ଜଣ ରହିଥିବାବେଳେ, ଅନୁଗୋଳ ଜିଲ୍ଲାରୁ ୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୭, ଭଦ୍ରକରୁ ୭୧, ବଲାଙ୍ଗିରରୁ ୯, ବୌଦ୍ଧରୁ ୧୦, ଦେବଗଡ଼ରୁ ୬, ଢେଙ୍କାନାଳରୁ ୫୫, ଗଜପତିରୁ ୮, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୭୩, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୬୨, କେନ୍ଦୁଝରରୁ ୫୧, କୋରାପୁଟରୁ ୪୦, ମାଲକାନଗିରିରୁ ୩୨, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୮୩, ନୂଆପଡ଼ାରୁ ୨, ରାୟଗଡ଼ାରୁ ୧୫,ସମ୍ବଲପୁରରୁ ୧୮, ସୋନପୁରରୁ ୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୭ ଜଣ ଚିହ୍ନଟ ହୋଇଛନ୍ତି।
୨୨୮୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯ ହଜାର ୬୩୯ ଜଣ ସୁସ୍ଥ ହୋଇସାରିଛନ୍ତି। ୨୫ ହଜାର ୪୬୧ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।