ଭଦ୍ରକ- ନିରାଡ଼ମ୍ବର ଭାବେ ପାଳନ ହେଲା ମହାପ୍ରଭୁଙ୍କ ନୀତି-କାନ୍ତି…

ବାସ୍ତବବ୍ୟୁରୋ:(ଭଦ୍ରକ) ଆଜି ହେଉଛି ବିଶ୍ଵନିଅନ୍ତାଙ୍କ ବିଶ୍ଵାପ୍ରସିଦ୍ଧ ରଥଯାତ୍ରା, ମହାମାରୀ କରୋନା ଗତବର୍ଷ ରଥଯାତ୍ରାକୁ ଫିକା କରିଥିବା ବେଳେ ଏବର୍ଷ ସରକାର ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ମାନି ସାରାରାଜ୍ୟରେ କୌଣସି ସ୍ଥାନରେ ରଥଯାତ୍ରା ନ ହୋଇ କେବେଳ ପୁରୀରେ, କରୋନା କଟକଣାକୁମାନି ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ଘୋଷ ଯାତ୍ରା ସମ୍ପାଦନ କରାଯାଇଛି |

ଆଜି ଭଦ୍ରକ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ସରକାର ଓ ସର୍ବୋଚ୍ଚ ନ୍ୟାୟଳୟ ଙ୍କ ଆଦେଶ ମାନି ରଥଯାତ୍ରାକୁ ବନ୍ଦ କରାଯାଇଛି କିନ୍ତୁ ମହାପ୍ରଭୁଙ୍କୁ କୋରୋନା କଟକଣା ମାନି ସେବାୟତଙ୍କ ଜରିଆରେ ସମସ୍ତ ନୀତିକାନ୍ତି ସାରି ଯେପରିକି ମଇଲମ, ତଡପ ଲାଗି, ରୋଷ ହୋମ,ଆଜ୍ଞାମାଳ ଗମନ,ଅସ୍ଥାନ ପୂଜା ଆଦି ନୀତି ସାରି ସଂଧ୍ୟା ୫ : ୧୫ ରେ ସିଂହାସନରୁ ଆଣି ପହଣ୍ଡି ବିଜେ କରି ସନ୍ଧ୍ୟା ୫:୨୦ ରେ ଛେରା ପହଁରା ସାରି ନୂତନ ଗୁଣ୍ଡିଚା ମନ୍ଦିରକୁ ସଂଧ୍ୟା ୫:୪୦ ରେ ଗମନ କରିଥିଲେ ମହାପ୍ରଭୁ , ସମସ୍ତ ନୀତି ସେବାୟତଙ୍କ ଦ୍ୱାରା କରୋନା କଟକଣାକୁ ମାନି ପାଳନ କରି କରାଯାଇଥିଲା |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦଶ ହଜାର ସ୍କୋୟାର ଫୁଟର ତିନି ଠାକୁରଙ୍କ ଚିତ୍ର...

Tue Jul 13 , 2021
ନବୀନ କୁମାର୍ ସାହୁ(ଜଳେଶ୍ବର)ବିଶ୍ୱକୁ ଏପରି ଏକ ବିପଦ ଗ୍ରାସ କରିଛି ଯେ ମଣିଷ ର ସୁଖ ,ଶାନ୍ତିକୁ ଛଡାଇ ନେଇଛି। ଏପରିକି ବର୍ଷରେ ଥରେ ଜଗତର କର୍ତା, ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କରି ଯେଉଁ ଶାନ୍ତି ଟିକକ ମଣିଷ ପାଉଥିଲା ତାହାକୁ ମଧ୍ୟ ଛଡାଇ ନେଇଛି। କରନା ମହାମାରୀ ଲୋକଙ୍କ ପର୍ବ ପର୍ବାଣୀ ଉପରେ ଅଙ୍କୁଶ ଲଗାଇଦେଛି। ପବିତ୍ର ରଥ ଯାତ୍ରାକୁ ପାଳନ କରି ନ ପାରି ମଣିଷ […]

You May Like

Pin It on Pinterest