ଏକ ସ୍କୁଟି ସହ ୧୦୦ ଲିଟର ଦେଶୀମଦ ଜବତ ଦୁଇ ଗିରଫ…

ବାସ୍ତବବ୍ୟୁରୋ:(ଭଦ୍ରକ)ଦିନକୁ ଦିନ ଭଦ୍ରକରେ ଚୋରାମଦ ବିକ୍ରି ବଢ଼ିବାରେ ଲାଗିଛି |ଆଜି ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଆଜି ସକାଳେ ୧୧ ଘଟିକା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ୍ ଅନ୍ତର୍ଗତ ନରସିଂହପୁର ବଜାର ନିକଟରେ ଏକ ସ୍କୁଟି ରେ ଦୁଇଜଣ ଯୁବକ ୧୦୦ ଲିଟର ଦେଶି ମଦ ନେଇ ଯାଉଥିବା ବେଳେ ଅବକାରୀ ପୋଲିସ ମାଡ଼ିବସିବା ପରେ ଦୁଇଜଣ କୁ ଗିରଫ କରିଥିଲା। ଦୁଇଜଣ ଅଭିଯୁକ୍ତ ହେଲେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଂଚଳର ଭବାନୀ ଶଙ୍କର ବରାଳ ଓ ନିଶିକାନ୍ତମହାଳିକ ଙ୍କୁ ଗିରଫ କରାଯାଇଥିଲା |ଅବକାରୀ କେଶ ନମ୍ବର ୨୪/୨୦୨୧ ରେ ଏକ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିନା ଭକ୍ତରେ ବ୍ରହ୍ମକ୍ଷେତ୍ର ପୀଠରେ ପାଳନ ହେଲା ଘୋଷଯାତ୍ରା...

Tue Jul 13 , 2021
ଅଭୟ ସାହୁ(ସାଲେପୁର)ବରଷକେ ଥରେ ରତ୍ନ ମଣ୍ଡପ ରୁ ଓଲ୍ହାଇ ଆସନ୍ତି ଜନ୍ମ ବେଦୀ କୁ ଭକ୍ତ ମାନେ ଚାହିଁ ବସିଥାନ୍ତି ଏହିଦିନ କୁ ଏହି ଦିନ ଧାଡ଼ି ପହଣ୍ଡି ହୋଇ ତିନି ଠାକୁର ରଥାରୂଢ ହୋଇଥାନ୍ତି ଏହି ଦିନ ଭକ୍ତ ଆଉ ଭଗବାନ ଙ୍କର ଅପୂର୍ବ ମିଳନ ହୋଇଥାଏ ସବୁ ବର୍ଗ ର ଲୋକଙ୍କୁ ଦର୍ଶନ ଦେବା ପାଇଁ ରଥଯାତ୍ରା ହୋଇଥାଏ ରଥ ଦଉଡୀ ଧରି ଭକ୍ତ ମାନେ ଟାଣି […]

You May Like

Pin It on Pinterest