
ନବୀନ ସାହୁ (ଜଳେଶ୍ୱର) ଏସଟିଏଫ ଦ୍ବାରା ଚାଲନ୍ତି ଏବଂ ଗୁଡିଖାଳରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ବସ୍ତା ଏବଂ ଜଳେଶ୍ଵର ଥାନା ଅଞ୍ଚଳରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ଅଟୋ ଏବଂ ନଗଦ ଟଙ୍କା ଜବତ କରିଛନ୍ତି ଏସଟିଏଫ ଟିମ ।
ଖବର ଅନୁଯାଇ,ଏହି ଅଂଚଳରେ ବାହୁଡ଼ି ଧରି ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଥିବାରୁ, ଏସଟିଏଫ ନଜରରେ ଅହିଅଞ୍ଚଳର କିଛି ସନ୍ଦିଗ୍ଧ ଙ୍କ ଉପରେ ରଖି ଆସୁଥିଲା । ଆଜି ସକାଳ ସମୟରେ ଏସଟିଏଫ ଜଳେଶ୍ଵର ଥାନା ଚାଲନ୍ତି ଅଞ୍ଚଳରେ ଚଢ଼ାଉ କରି ବ୍ରାଉନସୁଗାର ସହ ଜଣେ ବେପାରୀକୁ ଗିରଫ କରିଛି। ତାକୁ ଆଧାର କରି ବସ୍ତା ଥାନା ଗୁଡିଖାଳ ରାଜପଥ ଉପରୁ ଆଉ ଦୁଇଟି ଅଟୋ ସହ ଚାଳକ ଏବଂ ନଗଦ ଟଙ୍କା ଜବତ ମଧ୍ୟ କରିଛି । ତେବେ ଚଢ଼ାଉରେ ଜାତୀୟ ରାଜପଥର ପାଟ୍ରୋଲିଂ ଭ୍ୟାନ୍ ସହାୟତା କ୍ରମେ ଏସଟିଏଫ ତିନି ଜଣଙ୍କୁ ଗିରଫ କରିବା ସହିତ ବିପୁଳ ପରିମାଣର ବ୍ରାଉନସୁଗାର, ଦୁଇଟି ଅଟୋ, ନଗଦ ଟଙ୍କା ଜବତ କରିବାରେ ବଡ଼ ସଫଳତା ପାଇଛି ।



