ଶ୍ରୀମନ୍ଦିରରେ ଲାଗିବ ରୂପା କବାଟ ଗତ ରାତିରୁଆରମ୍ଭ ହୋଇଛି କାମ…

ବାସ୍ତବବ୍ୟୁରୋ:(ପୁରୀ) ଶ୍ରୀମନ୍ଦିରରେ ଲାଗିବ ରୂପା କବାଟ, ଗତ ରାତିରୁ ଆରମ୍ଭ ହୋଇଛି କାମ । ବେହରଣ ଦ୍ଵାରକୁ କଢା ଯାଇ ମ୍ୟୁଜିଅମରେ ରଖାଯାଇଛି । ସେହି ଦ୍ୱାର ବନ୍ଧରେ ଷ୍ଟିଲ ଫ୍ରେମ ଲଗାଯାଇଥିବା ବେଳେ ସେଥିରେ ବର୍ମାଟିକ କାଠରେ ତିଆରି ଦ୍ଵାରକୁ ଲଗାଯିବ ଏବଂ ଏହା ଉପରେ ରୂପା ଛାଉଣୀ କରାଯିବ । ତେବେ ଏନେଇ ଗତକାଲି ରାତିରେ ଦକ୍ଷିଣ ଦ୍ୱାର ଦେଇ କାଠ କବାଟ ମନ୍ଦିର ଭିତରକୁ ନିଆଯାଇଛି ।

ଦ୍ୱାର ଲଗାଯିବା ପୂର୍ବରୁ ପରୀକ୍ଷା ମୂଳକ ଭାବେ ଏହାକୁ ଷ୍ଟିଲ ଫ୍ରେମରେ କବାଟ ସାଇଜ୍‌ର ପ୍ଲାଇ ଲଗାଯିବାର ସ୍ଥିର କରାଯାଇଥିବା ବେଳେ, ଦ୍ଵାରକୁ ଖୋଲିବା ଓ ବନ୍ଦ ପ୍ରକ୍ରିୟା ତନଖି କରାଯିବ । ଏହା ଯଦି ଠିକ ଭାବେ କାର୍ଯ୍ୟ କରେ,ପ୍ଲାଇ ଖୋଲାଯାଇ ସ୍ଥାୟୀ ଭାବେ କାଠ କବାଟ ଲଗାଯିବାର ବ୍ୟବସ୍ଥା ହୋଇଛି।ରୂପା ଛାଉଣୀ ପାଇଁ ସ୍ୱତନ୍ତ୍ର ଟିମ ବମ୍ବେରୁ ଆସିଛନ୍ତି । ସେବାୟତ ପ୍ରତିନିଧିଙ୍କୁ ନେଇ ଗଠିତ କମିଟି ଏବଂ ଶ୍ରୀମନ୍ଦିର ବୈଷୟିକ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଜାରି ରହିଛି । ସେପଟେ ଏଏସଆଇ ପକ୍ଷରୁ ଗର୍ଭଗୃହ ଯାଞ୍ଚ ହେଉଥିବା ବେଳେ,ବମ୍ବେର ୬ ଜଣିଆ ସେନ୍ସ ଜିଓମାଟିକ୍ସ ଲିମିଟେଡ୍‌ର କର୍ମକର୍ତ୍ତା ମାନେ ନାଟମଣ୍ଡପ , ଜଗମୋହନ, ଭୋଗମଣ୍ଡପ ଆଦିର ଲେଜର ସ୍କାନିଂ କରୁଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ୫୩୨ବର୍ଷର କନ୍ଥାବସ୍ତ୍ର ପ୍ରଦର୍ଶନ ମହୋତ୍ସବ ପାଳିତ...

Wed Jul 14 , 2021
ବାସ୍ତବବ୍ୟୁରୋ:(ଭଦ୍ରକ)୧୪/୦୭- ଆଶାଢ଼ ଶୁକ୍ଳ ପଞ୍ଜମୀ ତିଥିରେ,ଭଦ୍ରକର ସର୍ବପୁରାତନ ବୈଷ୍ଣବ ପୀଠ (ସନ୍ଥନଗର) ସନ୍ଥିଆ ସ୍ଥିତ ଶ୍ରୀ ଶ୍ରୀ ରାଧା ମଦନ ମୋହନ ମନ୍ଦିରରେ ୫୩୨ ବର୍ଷ ତଳର କଳିଯୁଗ ପାବନୀ ବତାରୀ ପ୍ରେମ ପୁରୁଷୋତ୍ତମ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଦିବ୍ୟ ଅଂଗଲାଗି କନ୍ଥାବସ୍ତ୍ର ପ୍ରଦର୍ଶନ ତଥା ଶ୍ରୀରାଧା ମଦନ ମୋହନ ଜୀଉଙ୍କର ପ୍ରତିଷ୍ଠାତା ସାର୍ବଭୌମ ଶ୍ରୀ ଗଂଗାନାରାୟଣ ବିଦ୍ୟା ବାରିଷ୍ଟ୍ରିଙ୍କ ତିରୋଧାନ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । କରୋନା […]

You May Like

Pin It on Pinterest