ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ୫୩୨ବର୍ଷର କନ୍ଥାବସ୍ତ୍ର ପ୍ରଦର୍ଶନ ମହୋତ୍ସବ ପାଳିତ…

ବାସ୍ତବବ୍ୟୁରୋ:(ଭଦ୍ରକ)୧୪/୦୭- ଆଶାଢ଼ ଶୁକ୍ଳ ପଞ୍ଜମୀ ତିଥିରେ,ଭଦ୍ରକର ସର୍ବପୁରାତନ ବୈଷ୍ଣବ ପୀଠ (ସନ୍ଥନଗର) ସନ୍ଥିଆ ସ୍ଥିତ ଶ୍ରୀ ଶ୍ରୀ ରାଧା ମଦନ ମୋହନ ମନ୍ଦିରରେ ୫୩୨ ବର୍ଷ ତଳର କଳିଯୁଗ ପାବନୀ ବତାରୀ ପ୍ରେମ ପୁରୁଷୋତ୍ତମ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଦିବ୍ୟ ଅଂଗଲାଗି କନ୍ଥାବସ୍ତ୍ର ପ୍ରଦର୍ଶନ ତଥା ଶ୍ରୀରାଧା ମଦନ ମୋହନ ଜୀଉଙ୍କର ପ୍ରତିଷ୍ଠାତା ସାର୍ବଭୌମ ଶ୍ରୀ ଗଂଗାନାରାୟଣ ବିଦ୍ୟା ବାରିଷ୍ଟ୍ରିଙ୍କ ତିରୋଧାନ ଉତ୍ସବ ମହାସମାରୋହରେ ପାଳିତ ହୋଇଛି ।

କରୋନା କଟକଣାର ସମସ୍ତ ନିୟମ ମାନି ପ୍ରାତଃ ଭୋର ୫ ଟାରେ ମଙ୍ଗଳ ଆରତୀ ପରେ ଶ୍ରୀ ବିଗ୍ରହଙ୍କ ବିଶେଷ ପୂଜା କରାଯାଇ ଶ୍ରୀଲିଗଂଗନାରାୟଣଙ୍କ ଉଦ୍ଦେଶ୍ୟରେ ଶ୍ରୀଜିଉଙ୍କ ତରଫରୁ,ମନ୍ଦିରର କୁଳ ପୁରୋହିତ କେଦାର ଭଟ୍ଟଚାର୍ଯ୍ୟଙ୍କ ପୌରହିତ୍ୟରେ, ଗୋସ୍ୱାମୀ ପରିବାର ଦେବକୁମାର ଗୋସ୍ୱାମୀ ଦ୍ୱାରା ଶ୍ରାଦ୍ଧଉତ୍ସବ ସମ୍ପାଦିତ ହୋଇଥିଲା । ବିଭିନ୍ନ ପ୍ରକାର ମିଷ୍ଟାନ୍ନ, ଫଳମୂଳ ନୈବିଦ୍ୟ ମଧ୍ୟ ଅର୍ପଣ କରାଯାଇଥିଲା । ପରେ ମନ୍ଦିରର ମହନ୍ତ ମହାରାଜ ତଥା ଗ୍ରାମର ବରିଷ୍ଠ ବ୍ୟକ୍ତି ମାନଙ୍କ ଦ୍ୱାରା ଶ୍ରୀମନ୍ ମହାପ୍ରଭୁଙ୍କ ଲିଳା କିର୍ତ୍ତନ ପରିବେଷିତ ହୋଇଥିଲା ।

ମନ୍ଦିରର ମହନ୍ତ ଆଶୀଷ ଦେବ ଗୋସ୍ୱାମୀ ଉକ୍ତ ମହୋତ୍ସବ ତଥା ମଦନମୋହନଙ୍କ ମହନୀୟତା ସମ୍ପର୍କରେ ସମ୍ୟକ ସୁଚନା ପ୍ରଦାନ ପରେ କୀର୍ତ୍ତନ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତମାନେ କନ୍ଥା ଦର୍ଶନ କରିବା ସହ ପ୍ରସାଦ ସେବନ କରି ନିଜକୁ କୁଥାର୍ଥ ମଣିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ବସ୍ ଟିକସ ଛାଡ଼ ପାଇଁ ବିଚାର ଚାଲିଛି-ପରିବହନ ମନ୍ତ୍ରୀ...

Wed Jul 14 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)କିଛି ଦିନ ଦଳେ ରାଜ୍ୟ ବସ ମାଲିକ ସଂଘ ଜୁଲାଇରୁ ସେପ୍ଟେମ୍ବର ଯାଏ ଟିକସ ଛାଡ଼ ସହ ପ୍ରତି ବସ ପିଛା ୧ ଲକ୍ଷ ଟଙ୍କାର ସୁଧ ବିହୀନ ଋଣ ଓ ବସ କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ ପାଇଁ ଦାବି କରିଥିଲା। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ,ରାଜ୍ୟରେ ବସ୍ ଟିକସ ଛାଡ଼ ପାଇଁ ବିଚାର ଚାଲିଛି।ଲକଡାଉନ୍ ପରବର୍ତ୍ତୀ ବସ୍ ଚଳାଚଳ ସ୍ୱାଭାବିକ ପାଇଁ ପଦକ୍ଷେପ ନିଆଯିବା […]

You May Like

Pin It on Pinterest