
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)କିଛି ଦିନ ଦଳେ ରାଜ୍ୟ ବସ ମାଲିକ ସଂଘ ଜୁଲାଇରୁ ସେପ୍ଟେମ୍ବର ଯାଏ ଟିକସ ଛାଡ଼ ସହ ପ୍ରତି ବସ ପିଛା ୧ ଲକ୍ଷ ଟଙ୍କାର ସୁଧ ବିହୀନ ଋଣ ଓ ବସ କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ ପାଇଁ ଦାବି କରିଥିଲା। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ,ରାଜ୍ୟରେ ବସ୍ ଟିକସ ଛାଡ଼ ପାଇଁ ବିଚାର ଚାଲିଛି।ଲକଡାଉନ୍ ପରବର୍ତ୍ତୀ ବସ୍ ଚଳାଚଳ ସ୍ୱାଭାବିକ ପାଇଁ ପଦକ୍ଷେପ ନିଆଯିବା ସହ ବସ୍ ମାଲିକଙ୍କୁ ଟିକସ ଛାଡ଼ ସହ ଅନ୍ୟ ସୁବିଧା ଦେବାକୁ ବିଚାର କରାଯାଉଛି। ହେଲେ B-କାଟାଗୋରୀ ଥିବା ଜିଲ୍ଲାଗୁଡିକରେ ବସ୍ ଚଳାଚଳ କରିବ କି ନାହିଁ ନିଷ୍ପତ୍ତି ମଧ୍ୟ ନିଆଯିବ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି,ଏବେ ବି ଆମେ କରୋନାରୁ ବାହାରି ପାରିନାହାନ୍ତି। ରାଜ୍ୟରେ ବର୍ତ୍ତମାନ ଲକଡାଉନ୍ ଜାରି ରହିଛି। A କ୍ୟାଟେଗୋରୀର ୨୦ ଜିଲ୍ଲାରେ ବସ୍ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି। ୧୦ଟି ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି। ତେବେ ଲକଡାଉନର ପରବର୍ତ୍ତୀ ପର୍ଯ୍ୟାୟରେ ବସ୍ ଚଳାଚଳା କରିବ କି ନାହିଁ, ତାହା ଉପରେ ନିଷ୍ପତ୍ତି ନିଆଯିବ। ଆମେ ସରକାରଙ୍କ ତରଫରୁ ବସ ପରିବହନ କ୍ଷେତ୍ର ପାଇଁ ବିଭିନ୍ନ ଟିକସ ଛାଡ଼ ସମେତ ଓ ଅନ୍ୟ ପଦକ୍ଷେପ ଉପରେ ବିଚାର କରୁଛୁ। ନିଶ୍ଚିତ ଭାବେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରାଯିବ ବୋଲି ପରିବହନ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।