ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆଜି ଗୁରୁବାର ଅପରାହ୍ନ ୨.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କରିବେ ଲକ୍ଡାଉନ୍ ସମ୍ବଧୀୟ ବଡ଼ ଘୋଷଣା । କରୋନା ସ୍ଥିତି ନେଇ ବିଶେଶଜ୍ଞ ମାନଙ୍କ ମୋଟା ପରିସ୍ତିଟି କୁ ନାଜରେ ରଖି ହୋଇପାରେ ଲକ୍ଡାଉନ୍ ରେ କିଛିଟା ପରିବର୍ତନ । ରାଜ୍ୟରେ ଲାଗୁ ହୋଇଥିବା ଆଂଶିକ ଲକଡାଉନ୍ ଶୁକ୍ରବାର ଶେଷ ହେଉ ଥିବାରୁ, ଆଗକୁ ଲକ୍ଡାଉନ୍ ରହିବ କି ଅନ୍ଲକ୍ ହେବ ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ।
ବିଶେଶଜ୍ଞ ମାନଙ୍କ ମତ୍ତ ରେ ,ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିପାରେ । ଜୁନ୍ ମାସରୁ ଓଡ଼ିଶାରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ ବୋଲି ବିଶେଶଜ୍ଞ ମାନେ ମତ ପୋଷଣ କରୁଛନ୍ତି। ରାଜ୍ୟରେ ଏବେ ସଂକ୍ରମଣ ହାର କମିବା ଜାରି ରହିଥିବାରୁ,୨୦ ଜିଲ୍ଲାରୁ ଅନେକ କଟକଣା ହଟାଯାଇଛି । ୧୦ଟି ଜିଲ୍ଲାରେ ଏବେ ବି କଟକଣା ବଳବତ୍ତର ରହିଛି । ତେଣୁ ଏହି ସବୁ ଜିଲ୍ଲାର କଟକଣାକୁ ପୁରା କୋହଳ କରିବା ଉଚିତ୍ ହେବ ନାହିଁ ବୋଲି ବିଶେଷଜ୍ଞ ମାନଙ୍କ ମତ୍ତ ।
‘ବି’ ଶ୍ରେଣୀରେ ଥିବା ୧୦ ଜିଲ୍ଲାରେ ଦୋକାନ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି । ରାତି କର୍ଫ୍ୟୁ ସହ ସପ୍ତାହନ୍ତ ସଟ୍ଡାଉନ୍ ମଧ୍ୟ ଲାଗୁ ରହିଛି।କରୋନା ହାରକୁ ନେଇ ବି’ ଶ୍ରେଣୀରେ ପରିବର୍ତ୍ତନ ହେବ। ‘ବି’ ଶ୍ରେଣୀରେ ଜିଲ୍ଲା ସଂଖ୍ୟା ୧୦ରୁ କମି ୫ ମଧ୍ୟରେ ରଖାଯାଇପାରେ। ଦୋକାନ ଖୋଲିବା କଟକଣା ସନ୍ଧ୍ୟା ୬ ଯାଏ ବଢାଯାଇପାରେ। ଆଗକୁ ପାର୍ବଣ ଋତୁ ଆସୁଛି। ସମସ୍ତେ କଟକଣା କୋହଳକୁ ଅନାଇ ବସିଛନ୍ତି।
‘ଏ’ ଶ୍ରେଣୀରେ ଥିବା ୨୦ ଜିଲ୍ଲା ଆଉ ‘ବି’ ୫ ଜିଲ୍ଲାରେ କେବଳ ନାଇଟ୍ କର୍ଫ୍ୟୁ ରଖି ଆଉ ସବୁ କଟକଣାକୁ ହଟାଇବାକୁ ମଧ୍ୟ ବିଚାର କରୁଛନ୍ତି ସରକାର। ତେବେ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଲୋକଙ୍କ ସଂଖ୍ୟା ବଢିପାରେ । ତେଣୁ ଗାଇଡ଼ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ରାଜ୍ୟଗୁଡ଼ିକୁ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କେଟ, ହାଟ, ମଲ୍, ମଣ୍ଡି, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଉପରେ ନଜର ରଖୁ ପ୍ରଶାସନ। ବିବାହ ମଣ୍ଡପ, ସମାଜିକ କାର୍ଯ୍ୟକ୍ରମରେ ଯେମିତି ବି ହେଉ ଗାଇଡ଼ଲାଇନ୍ ପାଳନ ହେବା ଦରକାର ବୋଲି ବିଶେଷଜ୍ଞ ମାନଙ୍କ ମତ୍ତ ରହିଛି ।



