
ବବିତା ସାମଲ(ଭଦ୍ରକ)ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କୁ ଏକଥା କଣ ଅଗୋଚର 5Tଙ୍କ ନଜର ଏଠି କଣ ଅପହଞ୍ଚ ଏ କଥା ଆମେ କହୁନୁ କହୁଛନ୍ତି ଭଦ୍ରକ ପୌରାଞ୍ଚଳ ବାସୀ ।ଆପଣମାନେ ଦେଖିଲେବି ବୁଝି ପାରିବେ ଏହି ଭଦ୍ରକ ପୋୖରାଞ୍ଚଳର ସ୍ୱାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଚିତ୍ର l୬ଟି ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା, ଯାହାକି ବାସ୍ତବିକ ସତକଥା ,ନ ଦେଖିଲେ କଥା ହଜମ ହେବନାହିଁ l ପୌରାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପୌରପାଳିକା ପକ୍ଷରୁ ୬ଟି ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏଥି ମଧ୍ୟରେ ଉତ୍ତରବାହିନୀ ଓ ଚରମ୍ପା ହନୁମାନ ହାଟ ନିକଟରେ ୨ଟି ଏଲୋପ୍ୟାଥିକ ଓ ନାଥସାହି, ବାଗୁରାଇ, ଗରଦପୁର ଓ ଲାହାପଟି ଠାରେ ୪ଟି ହୋମିଓପ୍ୟାଥିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିଲା ।

ହେଲେ କାହିଁକି ପଡିଲା ତାଲା, ଏହାର କାରଣ କଣ ଭିତ୍ତିଭୂମି ଅଭାବ ନା ଆଉକିଛି ଯଦି ଭିତ୍ତିଭୂମିର କଥା ତେବେ ଏହିସବୁ ସ୍ୱାସ୍ଥକେନ୍ଦ୍ର ପ୍ରତିଷ୍ଠା ବେଳେ ଏଥିପ୍ରତି କଣ ନଜର ଦିଆଯାଇ ନଥିଲା କାହିଁକି l ୨୭ ବର୍ଷ ପୂର୍ବେ ୧୯୯୪ ମସିହାରେ ଚରମ୍ପାର ଭୌଗଳିକ ସ୍ଥିତିକୁ ଲକ୍ଷ କରି ୧,୨,୩ ନମ୍ବର ୱାର୍ଡ ବାସୀଙ୍କ ସୁବିଧା ପାଇଁ ହନୁମାନ ହାଟ ଠାରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ଏବେ ପରିତ୍ୟକ୍ତ ଅବସ୍ଥାରେ |

୨୭ ବର୍ଷ ତଳେ ସେହି ୩ଟି ୱାର୍ଡ ର ସ୍ୱାସ୍ଥ ସେବାକୁ ନଜରରେ ରଖି କରାଯାଇଥିବା ସ୍ୱାସ୍ଥକେନ୍ଦ୍ର ପରବର୍ତୀ ସମୟରେ ଅଦରକାରୀ ହୋଇପଡ଼ିବାର କାରଣ କଣ ହୋଇପାରେ ରାଜ୍ୟରେ ସ୍ୱାସ୍ଥ କର୍ମୀଙ୍କ ଅଭାବର ନୁହେଂତ ତେବେ ଏହି ୬ଟି ସ୍ୱାସ୍ଥ୍ୟକେନ୍ଦ୍ର କିପରି କାର୍ଯ୍ୟକ୍ଷମ ହେବ ସେଥି ନେଇ ଜନ ଅସନ୍ତୋଷ ଭଦ୍ରକ ପୌରାଞ୍ଚଳରେ ଜନ ଆନ୍ଦୋଳନର ଦାନା ବାନ୍ଧୁଛି |ବୁଦ୍ଧିଜୀବୀଙ୍କ ମତରେ ଏହା ମଧ୍ୟ ଜରୁରୀ | ଏନେଇ ଆମର ପ୍ରତିନିଧି ଜିଲ୍ଲାଚିକିତ୍ସାଧିକାରୀଙ୍କ ପ୍ରତିକ୍ରିୟା ମଧ୍ୟ ନେଇଥିଲେ ହେଲେ କିଛି ସନ୍ତୋଷ ଜନକ ଉତ୍ତର ମିଳିନଥିଲା |



