ନିର୍ଗୁଣ୍ଡି ପୁରୁଣା ଟୋଲ ଗେଟ ନିକଟରେ ଯୁବକକୁ ହତ୍ୟା…

ଚୌଦ୍ୱାର:(ଦୀପକ୍ କୁମାର ବେଉରା)କଟକ ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ପୁରୁଣା ନିର୍ଗୁଣ୍ଡି ଟୋଲ ଗେଟ ନିକଟରେ ଥିବା ସାଇରାମ ରୋଡ଼ ଲାଇନସ ଟ୍ରାନ୍ସପୋର୍ଟ କର୍ମଚାରୀ ଙ୍କୁ ଗଳା କାଟି ବିଭର୍ଚ୍ଛ ହତ୍ୟା କରାଯାଇଛି।ମୃତ ବ୍ୟକ୍ତି ଜଣଙ୍କ ଚୌଦ୍ୱାର ଓଟିଏମ୍ କଲୋନୀ ର ଅଶୋକ ମହାନ୍ତି ବୋଲି ଜଣାପଡିଛି।ଗତକାଲି ରାତ୍ରି ପ୍ରାୟ ୯ ଘଟିକା ସମୟରେ କୌଣସି କାରଣରୁ କିଛି ଲୋକଙ୍କ ସହ ତାର ଝଗଡା ହେଇଥିଲା ଏବଂ ସେମାନେ ତାକୁ ଘଟଣା ସ୍ଥଳରେ ଗଳା କାଟି ହତ୍ୟା କରିଥିଲେ।

ହତ୍ୟାକାଣ୍ଡ ପରେ ସେଠାରେ ଉପସ୍ଥିତ ଥିବା ହୋଟେଲ ଓ ଅନ୍ୟାନ୍ୟ ଦୋକାନୀ ମାନେ ବନ୍ଦ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ଖବର ପାଇ ଘଟଣା ସ୍ଥଳରେ ଚୌଦ୍ୱାର ଏସ୍ ଡି ପି ଓ ସତ୍ୟବ୍ରତ ଲେଙ୍କା ପହଞ୍ଚି ମୃତ ଶରୀରକୁ ବ୍ୟବଛେଦ ପାଇଁ କଟକ ବଡ ମେଡିକାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।ଟାଙ୍ଗୀ ପୋଲିସ ମଧ୍ୟ ଘଟଣା ସ୍ଥଳ ରେ ପହଞ୍ଚି ଛାନବିନ ଆରମ୍ଭ କରିଛି ଏବଂ ଖୁବ ଶୀଘ୍ର ଅପରାଧୀ ଧରା ପଡିବେ ବୋଲି ସୂଚନା ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଦ୍ରକ ପୋୖରାଞ୍ଚଳର ସ୍ୱାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଚିତ୍ର ୬ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝୁଲୁଛି ତାଲା...

Fri Jul 16 , 2021
ବବିତା ସାମଲ(ଭଦ୍ରକ)ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କୁ ଏକଥା କଣ ଅଗୋଚର 5Tଙ୍କ ନଜର ଏଠି କଣ ଅପହଞ୍ଚ ଏ କଥା ଆମେ କହୁନୁ କହୁଛନ୍ତି ଭଦ୍ରକ ପୌରାଞ୍ଚଳ ବାସୀ ।ଆପଣମାନେ ଦେଖିଲେବି ବୁଝି ପାରିବେ ଏହି ଭଦ୍ରକ ପୋୖରାଞ୍ଚଳର ସ୍ୱାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଚିତ୍ର l୬ଟି ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା, ଯାହାକି ବାସ୍ତବିକ ସତକଥା ,ନ ଦେଖିଲେ କଥା ହଜମ ହେବନାହିଁ l ପୌରାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ […]

You May Like

Pin It on Pinterest