
ନବୀନ କୁମାର୍ ସାହୁ(ଜଳେଶ୍ଵର)ଦିନକୁ ଦିନ ବିଦ୍ୟୁତ୍ ଦର ବଢିବାରେ ଲାଗିଛି। ଯାହା ଫଳରେ ଉପଭୋକ୍ତାଙ୍କ ଉପରେ କରନା କଟକଣା ସମୟରେ ବୋଝ ଉପରେ ନଳିତା ବିଡ଼ା ସଦୃଶ।କିନ୍ତୁ ଏବେବି ଉପଭୋକ୍ତାମାନେ ଲୋ ଭଲଟେଜ ଓ ଅଘୋଷିତ ବିଦ୍ୟୁତ କାଟର ସମ୍ମୁଖିନ ହେଉଛନ୍ତି।ଗ୍ରାମାଞ୍ଚଳରେ ନାହିଁନଥିବା ଅସୁବିଧା ଟିକିଏ ବର୍ଷା ଓ ପବନ ହେଲେ ବିଜୁଳି ସରବରାହ ଛିନ୍ନ ହେଉଛି।ସରକାରଙ୍କ ୨୪ ଘଣ୍ଟିଆ ବିଜୁଳି ସରବରାହ ହାତିଗଡ଼ ଡିଭିଜନ ରେ ସାତ ସପନ ଭଳି ଲାଗୁଚି ।

ତେଣୁ ବିଦ୍ୟୁତ ଶୁଳ୍କ କମ କରିବା,ଲୋ ଭଲଟେଜ ଦୁରକରିବା ଓ ୨୪ ଘଣ୍ଟିଆବିଦ୍ୟୁତସରବରାହଉପଭୋକ୍ତାମାନଙ୍କୁଯୋଗେଇଦେବାଦାବରେଜଳେଶ୍ବର ବିଜେପିର ରାଇବଣିଆ ମଣ୍ଡଳ ସଭାପତି ମନୋଜ ସାସମାଲ ,ସମୀର ପାତ୍ର, ତପନ ବିଶ୍ୱାଳ, ପ୍ରଣବ ପଣ୍ଡା ଓ ଅନ୍ୟ ସଦସ୍ୟମାନଙ୍କଉପସ୍ଥିତିରେ ହାତିଗଡ଼ ଡିଭିଜନର ଜେଇ ଙ୍କ ଜରିଆରେଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।