
ନବୀନ ସାହୁ (ଜଳେଶ୍ୱର)ନିଜର ପୁଅ ଝିଅଙ୍କୁ ନେଇ କେତେ ସ୍ୱପ୍ନ ଦେଖନ୍ତି ବାପ ମାଆ,ଯଦି ସେ ସ୍ୱପ୍ନ ଅଧାରେ ଭାଙ୍ଗି ଯାଏ… ଆଜି ଏମିତି ଏକ ବାପ ମାଙ୍କ ସ୍ୱପ୍ନ ଭାଙ୍ଗି ଯାଇଛି ଆଖି ପିଛୁଳାକେ ବାପ ମାଙ୍କ ଆଖି ଆଗରେ, କିଏ ଜାଣିଥିଲା ଚାଲିଯିବ ଭେଣ୍ଡିଆ ପୁଅର ଜୀବନ ।ଯେଉଁ ପୁଅକୁ ନେଇ,ବାପ ମା କେତେ ସ୍ୱପ୍ନ ଦେଖିଥିଲେ ତାହା ଲୁହ ହୋଇ ବହିଗଲା,ଆଉ ଦାଣ୍ଡ ଦୁଆରେ ପୁଅର ଶବ ଦେଖି କାନ୍ଦି କାନ୍ଦି ଅଚେତ ହୋଇପଡୁଛନ୍ତି ପୁରା ପରିବାର, ବନ୍ଧୁ ବାନ୍ଧବ ଠୁ ଆରମ୍ଭ କରି ସାହି ପଡିଶା ପର୍ଯ୍ଯନ୍ତ ସମସ୍ତ ଙ୍କ ଆଖିରେ ଲୁହ | ଚାରିଆଡେ ଶୋକାକୂଳ ପରିବେଶ, କାନ୍ଦ ବୋବାଳି ରେ ଫାଟି ପଡୁଛି ପୂରା ଗାଂଆ |
କାରଣ ପୂଅ କାନ୍ଧ ରେ ବାପା ମଶାଣି ଯିବା ପରିବର୍ତ୍ତେ ଆଜି ବୁଢା ବାପା ଜଣକ ପୂଅ ର ଶବ କୁ କାନ୍ଧେଇ ମଶାଣି ନେଇ ଯାଉଛି , ସାମାନ୍ଯ ଅସାବଧାନତା ଯୋଗୁଂ ବିଦ୍ଯୁତ ଆଘାତ ରେ ଅକାଳ ରେ ଚାଲି ଯାଇଛି ଜଣେ ୨୪ ବର୍ଷ ଯୁବକ ର ଜୀବନ , ଏଭଳି ଅଘଟଣ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚଡବସ୍ତ ଗ୍ରାମରେ |

ସୂଚନା ଅନୁଯାୟୀ ବାଲିଆପାଳ ଥାନା ଅନ୍ତର୍ଗତ ଚଡବସ୍ତ ଗ୍ରାମର ରାଜେନ୍ଦ୍ର ବେହେରା ଅତ୍ଯନ୍ତ ଗରୀବ ଶ୍ରେଣୀ ର ହୋଇଥିବା ବେଳେ ପରଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି, ବାପା ମା ଭୋକ ଉପାସରେ ରହି ବହୁ କଷ୍ଟ ରେ ଧାର ଉଧାର କରି ପୂଅ କୁ ପାଠ ପଢାଉଥିଲେ , ବଡପୂଅ ଦୀପକ +2 ପରେ ଆଇ ଟି ଆଇ ରେ ଭଲ ନମ୍ବର ରଖି ଉତୀର୍ଣ୍ଣ ହୋଇ ଥିଲେ, ତେବେ ପରିବାରର ଆର୍ଥିକ ସମ୍ବଳ ନଥିବାରୁ ଆଉ ଅଧିକ ପଢି ପାରି ନଥିଲେ , ବୁଢାବାପା ଙ୍କୁ ଚାଷ କାର୍ଯ୍ଯ ରେ ସାହାଯ୍ଯ କରିବା ସହ କ୍ଷେତରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ବଜାର ରେ ବିକ୍ରି କରି କଷ୍ଟେମଷ୍ଟେ ପରିବାର ଚଳି ଯାଉଥିଲେ , ଆଜି ଘର ମରାମତି କରୁଥିବା ବେଳେ ହଠାତ ଅସାବଧାନତା ବଶତଃ ବଡପୂଅ ଦୀପକ ବିଦ୍ଯୁତ ତାର ସଂଶ୍ପର୍ଷରେ ଆସି ଯିବାରୁ ଘଟଣା ସ୍ଥଳରେ ତାର ମୃତ୍ଯୁ ହୋଇଯାଇଥିଲା ,
ତେଵେ ସାନପୂଅ ଦୌଡି ଯାଇ ବଡଭାଇ କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ସେ ମଧ୍ଯ ବିଦ୍ଯୁତ ସଂଶ୍ପର୍ଷରେ ଆସି ଗୁରୁତର ହେବାରୁ ପରିବାର ଲୋକେ ହସପିଟାଲ ରେ ଭର୍ତ୍ତି କରିଛନ୍ତି , ବଡପୂଅ ର ବିବାହ ପାଂଇ ଝିଅ ଦେଖା ସରିଥିବା ବେଳେ ଆଜି ଅଳ୍ପଦିନ ପରେ ବିବାହ ହୋଇ ଥାନ୍ତା , କିନ୍ତୁ ଦଇବ ସଇଲା ନାଂହି , ସାମାନ୍ଯ ଅସାବଧାନତା ଯୋଗୁଂ ଅକାଳ ରେ ଚାଲିଗଲା ଜୀବନ |