ତିହିଡି ବିଡ଼ିଓଙ୍କ ଅଙ୍ଗନବାଡ଼ି ଗୃହ ନିର୍ମାଣ ଅବହେଳାର ଉଚିତ ଜବାବ ଦେଲେ ଗ୍ରାମବାସୀ…

ଭଦ୍ରକ:ତିହିଡି ବ୍ଲକ, ସୟା ପଞ୍ଚାୟତ ଅନ୍ତର୍ଗତ ବାଲିଚତୁରୀ ଗ୍ରାମର ୨୩ ନଂ ୱାର୍ଡର ଗ୍ରାମବାସୀମାନେ ଏକ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ତିହିଡି ବିଡ଼ିଓଙ୍କୁ ଅନୁରୋଧ କରିଥିଲେ। ତିହିଡି ବିଡ଼ିଓ ମଧ୍ୟ ଖୁବ ଶୀଘ୍ର ୱାର୍କଅର୍ଡର ଦିଆଯିବା ନେଇ ଆଶ୍ୱାସନା ଦେଇଥିଲେ ମାତ୍ର ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଆଜି ଯାଏଁ ଗୃହ ନିର୍ମାଣ ନିମିତ୍ତ କୌଣସି କାର୍ଯ୍ୟାଦେଶ ମିଳିପାରିଲା ନାହିଁ ।

ଗ୍ରାମବାସୀମାନେ ଅର୍ଥ ଯୋଗାଡ଼ କରି ଏକ ଆଜବେଷ୍ଟ ଛାତ ବିଶିଷ୍ଟ ଗୃହ ନିର୍ମାଣ କରି ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜିଛନ୍ତି। ସମ୍ପୃକ୍ତ ବିଷୟ ସମଗ୍ର ତିହିଡି ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ସାଜିଥିବା ବେଳେ ପିଲାଙ୍କ ପାଠପଢା ନେଇ ପ୍ରଶାସନ କେତେ ସଜାଗ ତାହା ସହଜେ ଅନୁମେୟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାପା ମା ଆଗରେ ଚାଲିଯିବ ଭେଣ୍ଡିଆ ପୁଅର ଜୀବନ...

Fri Jul 16 , 2021
ନବୀନ ସାହୁ (ଜଳେଶ୍ୱର)ନିଜର ପୁଅ ଝିଅଙ୍କୁ ନେଇ କେତେ ସ୍ୱପ୍ନ ଦେଖନ୍ତି ବାପ ମାଆ,ଯଦି ସେ ସ୍ୱପ୍ନ ଅଧାରେ ଭାଙ୍ଗି ଯାଏ… ଆଜି ଏମିତି ଏକ ବାପ ମାଙ୍କ ସ୍ୱପ୍ନ ଭାଙ୍ଗି ଯାଇଛି ଆଖି ପିଛୁଳାକେ ବାପ ମାଙ୍କ ଆଖି ଆଗରେ, କିଏ ଜାଣିଥିଲା ଚାଲିଯିବ ଭେଣ୍ଡିଆ ପୁଅର ଜୀବନ ।ଯେଉଁ ପୁଅକୁ ନେଇ,ବାପ ମା କେତେ ସ୍ୱପ୍ନ ଦେଖିଥିଲେ ତାହା ଲୁହ ହୋଇ ବହିଗଲା,ଆଉ ଦାଣ୍ଡ ଦୁଆରେ ପୁଅର […]

You May Like

Pin It on Pinterest