ନିରୁଦିଷ୍ଟ ଯୁବକର ସନ୍ଧେହ ଜନକ ମୃତ ଦେହ ଉଦ୍ଧାର…

(ଧୂଷୁରୀ)ସନ୍ଦେହ ଜନକ ଭାବେ ଯୁବକଙ୍କ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର କରିଛି ପୋଲିସ |ସୂଚାନୁଯାଇ ଭଦ୍ରକ ଜିଲ୍ଲା ଧାମନଗର ଧୂଷୁରୀ ଥାନା ଉଚ୍ଚପଦା ଗ୍ରାମର ବିଜୟ ସେନ ଙ୍କ ପୁଅ ଜିତେନ୍ଦ୍ର କୁମାର ସେନ ବୟସ-୩୩, ଗତ 6 ତାରିଖ (ମଙ୍ଗଳବାର) ଠାରୁ ନିରୁଧିଷ୍ଟ ଥିଲେ ଓ ଧୂଷୁରୀ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ |

ଆଜି ଗଢିଆଳି ପଞ୍ଚାୟତ ଉଚ୍ଚପଦା ଗ୍ରାମ କାକୁଡିଗଢିଆ ଯିବା ରାସ୍ତାରେ ବିଲ ଭିତରେ ଏକ ବଣ ପାଖରେ ଉକ୍ତ ଯୁବକର ମୁଣ୍ଡ ବିହୀନ ଶରୀର ପଡିଥିବା ବେଳେ ୨୦୦ ମିଟର ଦୂରରେ ମୁଣ୍ଡ ପଡିଥିବା ଦେଖିବାକୁ ମିଳିଛି। ଧୁସୁରି ପୋଲିସ ଙ୍କ ସହ ସାଇଣ୍ଟିଫିକ ଟିମ ପହଁଚି ତନା ଘନା ଜାରିରଖୀଛନ୍ତି ।ମୃତ ଦେହ ବିକ୍ଷିପ୍ତ ଭାବେ ବିଭିନ୍ନ ସ୍ଥାନରେ ପଡ଼ିଥିବାରୁ ଚିନ୍ହଟ ହୋଇପାରି ନାହିଁ | ହେଲେ ମୋବାଇଲ ଓ କପଡାରୁ ଘର ଲୋକ ସେ ମୃତ ଶରୀର ଜିତେନ୍ଦ୍ର ବୋଲି ସ୍ପଷ୍ଟ କରିଛନ୍ତି।ତେବେ ଏହା ହତ୍ୟା ହୋଇଥିବା ସନ୍ଦେହ କରୁଛନ୍ତି ପରିବାରଲୋକେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାଣକ୍ୟ ନୀତି: ଜୀବନର ଏହି ୪ଟି ଗୁଢ ରହସ୍ୟ ସର୍ବଦା ଗୁପ୍ତ ରଖନ୍ତୁ, ନିଜ ପତ୍ନୀଙ୍କ ସହ ମଧ୍ୟ ସେୟାର କରନ୍ତୁ ନାହିଁ

Sat Jul 17 , 2021
ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଭାରତୀୟ ରାଜନେତା, କୂଟନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଥିଲେ। ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିବାରେ ତାଙ୍କର ବହୁତ ଅବଦାନ ଥିଲା। ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସରଣ କରି ଜୀବନରେ ସଫଳତା ହାସଲ କରାଯାଇପାରିବ | ଆଜିର ସମୟରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି | ଆଚାର୍ଯ୍ୟ କହିଛନ୍ତି ଯେ କିଛି ଜିନିଷ ସବୁବେଳେ ଗୁପ୍ତ ରଖିବା ଉଚିତ୍। ଏହି […]

You May Like

Pin It on Pinterest