କାମ ଦେଉନି E-poS ମେସିନ ପିଡ଼ିଏସ କାର୍ଡ ଧାରୀ ହନ୍ତସନ୍ତ, ଘରଠାରୁ ୧୨ କି.ମି ଦୂରରେ ଯୋଗାଣ କେନ୍ଦ୍ର

ବାସ୍ତବବ୍ୟୁରୋ;(ମାଲକାନଗିରି) ରକାର ଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନା ଭଳି ମହତ୍ ଯୋଜନା ରେ କୋଟି କୋଟି ଲୋକଙ୍କୁ ପିଡିଏସ୍ ବ୍ୟବସ୍ଥାରେ ଚାଉଳ, ଗହମ, କିରୋସିନ୍, ଡାଲି ସମେତ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯାଉଛି।ଗରିବ ଓ ଅସହାୟ ଙ୍କ ପେଟକୁ ଦାନା ଯୋଗାଇବା ପାଇଁ ପ୍ରତ୍ୟକ ମାସର ୫ ତାରିଖରୁ ପଞ୍ଚାୟତ ର ଯୋଗାଣ କେନ୍ଦ୍ର ଓ ଉପକେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ସରକାରୀ ନିୟମ ଅନୁସାରେ ବିଭିନ୍ନ ସମାଗ୍ରୀ ଯୋଗାଇ ଦିଆଯାଉଛି। ଚଳିତ ମାସ ୫ ତାରିଖରୁ ପଡିଆ ଓ କାଲିମେଳା ବ୍ଳକର ବିଭିନ୍ନ ପଞ୍ଚାୟତରେ ଚାଉଳ, କିରୋସିନ ବଣ୍ଟନ ଚାଲିଥିବା ବେଳେ ବଣ୍ଟନ ବ୍ୟବସ୍ଥାରେ ବ୍ୟବହୃତ E-pos ମେସିନ ଗୁଡିକ ଦୁର୍ବଳ ନେଟୱାର୍କ ବ୍ୟବସ୍ଥା ପାଇଁ, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।

ପଡିଆ, କାଲଦାପଲ୍ଲୀ, ବାପ଼ନପଲ୍ଲୀ ସମେତ ପଡିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗତ କିଛିଦିନ ଧରି ଏଭଳି ସମସ୍ୟା ଦେଖା ଯାଉଥିବାରୁ ପିଡିଏସ୍ ଚାଉଳ ପାଇଁ ଆସିଥିବା ହିତାଧୀକାରୀ ମାନେ ଘଣ୍ଟା ଘଣ୍ଟା ଧରି ଲାଇନ ରେ ଛିଡା ହେବା ସହ କେତକ ସାରା ଦିନ ଅପେକ୍ଷା ପରେ ଘରକୁ ସାମଗ୍ରୀ ନପାଇ ଫେରୁଥିବାର ଦେଖିବାକୁ ମିଳୁଛି ।

ମୁଖ୍ୟତଃ ବାପନପଲ୍ଲୀ ପଞ୍ଚାୟତରୁ ପିଡିଏସ୍ ଚାଉଳ ସଂଗ୍ରହ ପାଇଁ ପ୍ରାୟ ୧୨ କିମି ଦୂର ସିଲାକୋଟା ରୁ ଆସି ପଞ୍ଚାୟତରେ ଅପେକ୍ଷା କରି ରହୁଥିବା ବେଳେ ସର୍ଭର ରେ ଅସୁବିଧା ଯୋଗୁଁ ବାରମ୍ଵାର ସଂଯୋଗ ବିଚ୍ଛିନ୍ନ ହେଉଥିବାରୁ ଯୋଗାଣ ସହାୟକ ଙ୍କୁ ଚାଉଳ ବାଣ୍ଟିବାରେ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ଯାହାଫଳରେ ସିଲାକୋଟା ସହ ଦୂର ଦୂରାନ୍ତ ରୁ ପିଡିଏସ୍ ଚାଉଳ ପାଇଁ ଆସିଥିବା ଗରିବ ଓ ଅସହାୟ ଭୋକ ଉପାସରେ ପଞ୍ଚାୟତ ସମ୍ମୁଖରେ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି।

ସେହିପରି ଶାବେରୀ ନଦୀ ଉପକୁଳରେ ଥିବା କାଲଦାପଲ୍ଲୀ ପଞ୍ଚାୟତରେ ରୋମିଙ୍ଗ ନେଟୱାର୍କ ରେ E-poS ମେସିନ୍ ଚଳାଇ ପିଡିଏସ୍ ସାମଗ୍ରୀ ବଣ୍ଟନ କାର୍ଯ୍ୟ ଚାଲୁଥିବାରୁ ବାରମ୍ବାର ମେସିନ୍ ରେ ତ୍ରୁଟି ଦେଖାଇବା ସହ ସ୍ଥାନୀୟ ଲୋକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ଉଙ୍ଗା ମାଡି, ଲାଛା ପଡିଆମି, ଭୀମା ମାଡକାମି ଜଗା ମାଡି, ସଂଜୟ ମିସ୍ତ୍ରୀ, ଅମିତ ଦାସ ସମେତ ସ୍ଥାନୀୟ ଲୋକ କହିଛନ୍ତି । ଅନ୍ୟପଟେ ଏ ବାବଦରେ ଯୋଗାଣ ବିଭାଗର ଜଣେ ଅଧିକାରୀ ଙ୍କୁ ପଚାରିବାରୁ ସର୍ଭର ରେ ସମସ୍ୟା ଦେଖା ଦେଉଥିବାରୁ ସ୍କାନିଂ ଓ ଚକ୍ଷୁ ସ୍କ୍ରିନିଂ ମେସିନ୍ ବାରମ୍ବାର ଅଚଳ ହୋଇପଡୁଛି, ଏ ବାବଦରେ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯାଇଥିବା କହିଛନ୍ତି। ଏପରି ସ୍ଥିତିରେ ଦୁର୍ଗମ ଅଞ୍ଚଳରେ ପିଡିଏସ୍ ସାମଗ୍ରୀ ସଂଗ୍ରହ ପାଇଁ ଲୋକେ ଭୋଗୁଥିବା ନାନା ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଇ ତୁରନ୍ତ ଆବଶ୍ହକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବେଆଇନ୍ ଗୋରୁ ଚାଲାଣ ପିକ ଅପ ଜବତ ସହ ୨ ଅଭିଯୁକ୍ତ ଗିରଫ...

Sat Jul 17 , 2021
ମାଲକାନଗିରି(ନି.ପ୍ର)-ପିକ ଅପ ଯୋଗେ ବେଆଇନ ଗୋରୁ ଚାଲାଣ ବେଳେ ଗାଡି ଅଟକ ରଖିଲା ପୋଲିସ, ଖବର ପାଇ ସମସ୍ତ ଗୋ ମାତା ଙ୍କୁ ଉଦ୍ଧାର କଲା ବାଲିମେଳା ସ୍ଥିତ ଲକ୍ଷ୍ମୀନାରାୟଣ ଗୋ ଶାଳା। ତେବେ ଆଜି ମାଲକାନଗିରି ପଟୁ ଏକ ପିକ ଗାଡ଼ିରେ ପାଖାପାଖି ୮ ରୁ ଉର୍ଦ୍ଧ୍ବ ଗାଈ ଲୋଡ କରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲକ୍ୟାମ୍ପ ଗ୍ରାମକୁ ଗାଈ ଗୁଡିକ ଚାଲାଣ ହେଉଥିଲା। ବାଲିମେଳା ଛକ ନିକଟରେ […]

You May Like

Pin It on Pinterest