
ବାସ୍ତବବ୍ୟୁରୋ:(ମାଲକାନଗିରି) ପଡିଆ ବ୍ଲକ- ଗତ ୧୦ ତାରିଖ ରେ ପଡିଆ ଏମପିଭି ୬୬ ଗ୍ରାମ ରାସ୍ତା କଡରେ ଥିବା ସନ୍ତୋଷୀ ମା ଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ମନ୍ଦିର ପୁଜାରୀ ଙ୍କ ନଗଦ ଟଙ୍କା ଚୋରି ହେବା ଘଟଣା ସାରା ଜିଲ୍ଲାରେ ଚର୍ଚା ପାଲଟିଥିଲା। ଏହାପରେ ସନ୍ତୋଷୀ ମା ଙ୍କ ମନ୍ଦିର ପରିଚାଳନା ସହ ଏଠାରେ ପୂଜାରୀ ଭାବେ କାର୍ଯ୍ୟରତ ନନ୍ଦାରାମ ନୁପା ଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି।
ଏହାକୁ ଦୃଷ୍ଟିରେ ରଖି ପଡିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡକାମି, ବ୍ଲକ ବିଧାୟକ ପ୍ରତିନିଧି କୋଟାମ ବାଲାୟା ଓ ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ସାହୁ ପ୍ରମୁଖ ସନ୍ତୋଷୀ ମା ଙ୍କ ମନ୍ଦିର କୁ ଯାଇ ମନ୍ଦିର ପରିଚାଳନା ସହ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ମନ୍ଦିର ପରିସରରେ ପୂର୍ବରୁ ଅର୍ଦ୍ଧ ନିର୍ମିତ ବିଶ୍ରାମ ଗୃହ, ଦେବୀ ମାତା ଙ୍କ ପୂଜା ଗୃହ, ପାନୀୟ ଜଳ ବ୍ୟବସ୍ଥା ସହ ପୂଜାରୀ ଙ୍କ ଅର୍ଦ୍ଧଭଗ୍ନ ଘର କୁ ଦେଖିଥିଲେ। ଏଥିପାଇଁ ମନ୍ଦିର କୁ ପୂର୍ବ ଭଳି ବ୍ୟବସ୍ଥିତ କରିବା ସହ ଅର୍ଦ୍ଧ ନିର୍ମିତ ବିଶ୍ରାମ ଗୃହ କୁ ତୁରନ୍ତ ନିର୍ମାଣ ଦିଗରେ ପ୍ରଶାସନ ସହ ଆଲୋଚନା କରିବେ ବୋଲି ବ୍ଲକ୍ ଅଧକ୍ଷ ଦେବା ମାଡକାମି କହିଛନ୍ତି।
ଏଥିସହ ମନ୍ଦିର ର ପରିଚାଳନା ପାଇଁ ବ୍ଳକ ବିଜେପି ଏହି ତିନିଜଣ ୫ ହଜାର ଟଙ୍କା ପୂଜାରୀ ନନ୍ଦା ନୁପା ଙ୍କୁ ପ୍ରଦାନ କରିଥିଲେ ଓ ଆଗାମୀ ଦିନରେ ମନ୍ଦିର ପୂର୍ବ ସ୍ଥିତି ଫେରାଇବା ପାଇଁ ସ୍ଥାନୀୟ ଲୋକଙ୍କ ସହ ବୈଠକ କରି ସେମାନଙ୍କ ସହଯୋଗ କାମନା କରିବେ ବୋଲି କହିଛନ୍ତି । ଏକଦା ଓଡିଶା, ପଡୋଶୀ ଛତ୍ତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ର ଶହ ଶହ ମାତାଙ୍କ ଭକ୍ତ ଶାବେରୀ କୂଳରେ ଥିବା ଏହି ମାତା ଙ୍କ ମନ୍ଦିରକୁ ଆସୁଥିବା ବେଳେ କରୋନା କଟକଣା ଯୋଗୁଁ ମନ୍ଦିରକୁ ପଡୋଶୀ ରାଜ୍ୟର ଭକ୍ତ ଆସିପାରୁ ନାହାନ୍ତି। ସନ୍ତୋଷୀ ମାତା ଙ୍କ ଏହି ମନ୍ଦିର ରୁ ଗତ ଦିନରେ ସୁନା ଚେନ, ଛତା, ମୁଦି, ନେତ୍ର ସମେତ ବିଭିନ୍ନ ରୂପା ଗହଣା ଓ ନଗଦ ଏକ ଲକ୍ଷ ପଚାଶ ହଜାର ଟଙ୍କା ଚୋରୀ ହୋଇଥିବା ନେଇ ପଡିଆ ଥାନାରେ ଏକ ଚୋରୀ ମାମଲା ରୁଜୁ ହୋଇଥିଲା ।



