
ମାଲକାନଗିରି(ନି.ପ୍ର)-ପିକ ଅପ ଯୋଗେ ବେଆଇନ ଗୋରୁ ଚାଲାଣ ବେଳେ ଗାଡି ଅଟକ ରଖିଲା ପୋଲିସ, ଖବର ପାଇ ସମସ୍ତ ଗୋ ମାତା ଙ୍କୁ ଉଦ୍ଧାର କଲା ବାଲିମେଳା ସ୍ଥିତ ଲକ୍ଷ୍ମୀନାରାୟଣ ଗୋ ଶାଳା। ତେବେ ଆଜି ମାଲକାନଗିରି ପଟୁ ଏକ ପିକ ଗାଡ଼ିରେ ପାଖାପାଖି ୮ ରୁ ଉର୍ଦ୍ଧ୍ବ ଗାଈ ଲୋଡ କରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲକ୍ୟାମ୍ପ ଗ୍ରାମକୁ ଗାଈ ଗୁଡିକ ଚାଲାଣ ହେଉଥିଲା। ବାଲିମେଳା ଛକ ନିକଟରେ ଏହି ଗୋରୁ ବୋଝେଇ ଗାଡିକୁ ଦେଖି ପୋଲିସ ଅଟକାଇଥିଲା। ପରେ ଗାଡି ରେ ଥିବା ସମସ୍ତ ଗୋରୁ ଙ୍କ ରକ୍ଷଣାବେକ୍ଷଣ ନିମନ୍ତେ ଗୋ ଶାଳା କୁ ପଠାଯାଇଥିଲା।

ଡ୍ରାଇଭର ସୁଜିତ କୁମାର ସଜନ, ହେଲପର ଅଶୋକ ଦେବନାଥ ଙ୍କୁ ଥାନା ରେ ଅଟକ ରଖି ପଚରାଉଚରା କରାଯାଇଥିଲା। ତେବେ ଏହି ୨ ଅଭିଯୁକ୍ତ ମାଲିକ ଏମଭି-୩୧ ଗ୍ରାମର ଦଶରଥ ମଣ୍ଡଳ ବୋଲି ପୋଲିସ ସମ୍ମୁଖରେ କହିଥିବା ପୋଲିସ ସୂଚନା ଦେଇଛି। ଏଭଳି ପ୍ରତିଦିନ ଶହ ଶହ ଗୋରୁ ଚାଲାଣ ଟ୍ରକ ଯୋଗେ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ତୁରନ୍ତ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏଥିରେ ରୋକ ଲଗାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏଥିସହ ତୁରନ୍ତ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଘଟଣା ରେ ସମ୍ପୃକ୍ତ ଥିବା ବାହାର ରାଜ୍ୟ ରୁ ଆସିଥିବା ଅନ୍ୟ ମାଲିକ ଙ୍କୁ ଗିରଫ କରିବାକୁ ବାଲିମେଳା ଲକ୍ଷ୍ମୀନାରାୟଣ ଗୋ ଶାଳା ଦାବି କରିଛି।



