ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୫୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୪୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୨୮୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୨୭୯୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଆଜି (ରବିବାର) ୫ଟି ସଚିବ ଭି କେ ପାଣ୍ଡିଆନ୍ କଟକସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ବାବଦରେ ସମୀକ୍ଷା କରିଛନ୍ତି ।୧.୫୫ କିଲୋମିଟରର ତାଳଦଣ୍ଡା କେନାଲ ନବୀକରଣ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାକୁ ଯାଉଛି । କେନାଲ କାମକୁ ଜାତୀୟ ରାଜପଥ ପାର୍ଶ୍ୱକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଯୋଜନା ରହିଛି। ୫ଟି ସଚିବଙ୍କ ସହ ପୂର୍ତ୍ତ ବିଭାଗର ସଚିବ ଶ୍ରୀ କ୍ରିଷନ୍ କୁମାର, ସଚିବ ଶ୍ରୀ ଭିନିଲ କ୍ରିଷ୍ଣା, ଆରଡିସି ଏ ଏ କେ ସାମଲ, କଲେକ୍ଟର ବିଏସ ଚଇନୀ, ସିଏମସି କମିଶନର ଅନନ୍ୟା ଦାସ ଏବଂ ବରିଷ୍ଠ ପ୍ରକଳ୍ପ ଅଧିକାରୀ ଆଦି ଉପସ୍ଥିତ ଥିଲେ।

ଜୁଲାଇ ୨୦ରେ ବାହୁଡାଯାତ୍ରା ଓ ୨୧ରେ ସୁନାବେଶ ଥିବା ବେଳେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ କୋଭିଡ କଟକଣା ପାଇଁ ଚଳିତବର୍ଷ ମଧ୍ୟ ଗୁଣ୍ଡିଚା ମନ୍ଦିରରେ ନବମୀ ସଂଧ୍ୟା ଦର୍ଶନରୁ ଭକ୍ତମାନେ ବଞ୍ଚିତ ରହିବେ। ରଥଯାତ୍ରା ଭଳି ବାହୁଡା ଯାତ୍ରା ପୂର୍ବ ଦିନ ସନ୍ଧ୍ୟାରୁ ବାହୁଡା ପରଦିନ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯିବ।ସେହିପରି ପୁରୀକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ ସିଲ୍ ହେବ। କେବଳ ଜରୁରୀକାଳୀନ ସେବାକୁ ବାଦ ଦେଲେ ଆଉ କାହାରିକୁ ବଡଦାଣ୍ତକୁ ଛଡ଼ାଯିବ ନାହିଁ।

ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼ାଯିବ । ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ଼, ଗୁଜରାଟୀ, ମାଲାୟଲମ, ବଙ୍ଗଳା, ଅହମିୟା, ପଞ୍ଜାବୀ ଓ ଓଡ଼ିଆ ଭାଷାରେ ବି.ଟେକ୍‌ ଶିକ୍ଷାଦାନ ପାଇଁ ଏଆଇସିଟିଇ ଅନୁମତି ଦେଇଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୧୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୧୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୧ ଲକ୍ଷ ୬ ହଜାର ୦୬୫ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୩ ହଜାର ୬୦୯ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୨ ଲକ୍ଷ ୬୯ ହଜାର ୭୯୬ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୨୨୬୬୦ ।

 ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଏହି ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ଯାଏଁ ଚାଲିବ । ଏଥିରେ ୧୯ ଟି କାର୍ଯ୍ୟ ଦିବସ ରହିଛି ଏବଂ ୧୫ ବିଲ୍ ସଂସଦରେ ଉପସ୍ଥାପିତ ହେବ । ସଂସଦ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସର୍ବଦଳୀୟ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଆଜି ଭାରତର ପ୍ରଥମ ମହିଳା ଡାକ୍ତର କାଦମ୍ବିନୀ ଗାଙ୍ଗୁଲିଙ୍କ ୧୬୦ତ୍ତମ ଜନ୍ମଦିବସ । ଏବଂ ଏହି ଅବସରରେ ଗୁଗୁଲ୍ ନିଜ ଡୁଡୁଲ୍ ମାଧ୍ୟମରେ ଏହି ମହାନ୍ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି । ପୁରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛନ୍ତି ଭାରତର ଏହି ପ୍ରଥମ ମହିଳା ଡାକ୍ତର କାଦମ୍ବିନୀ ।

 ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଆଦାର ପୁନାୱାଲା ଦାବି କରିଛନ୍ତି, ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ରରୁ ୧୬ଟି କୋଭିସିଲ୍ଡ ଟିକାକୁ ଅନୁମତି ପ୍ରଦାନ କରିଛନ୍ତି । ୟୁରୋପୀୟ ସଂଘର ସଦସ୍ୟ ନଥିବା ସ୍ୱିଜରଲାଣ୍ଡ ମଧ୍ୟ ଅନ୍ୟତମ ୟୁରୋପୀୟ ଦେଶ ଭାବେ ଏହି ଟିକାକୁ ଅନୁମତି ପ୍ରଦାନ କରିଛି । ଅର୍ଥାତ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ନେଇଥିଲେ ଏସବୁ ଦେଶକୁ ଯିବା ପାଇଁ ଅନୁମତି ମିଳିବ ।

ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଯାତାୟତ ଏକପ୍ରକାର ଠପ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ମୁମ୍ବାଇରେ ପ୍ରବଳ ବର୍ଷାରେ ଚେମ୍ବୁର ଅଞ୍ଚଳରେ କାନ୍ଥ ଭୁୁଶୁଡି ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବିକ୍ରୋଲି ଅଞ୍ଚଳରେ ୬ ଜଣ ପ୍ରାଣ ହରାଇଛନ୍ତି। ଏଥିସହ ଅନେକ ଆହତ ମଧ୍ୟ ହୋଇଛନ୍ତି। ଏବେବି ଅନେକ ଲୋକେ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ମଣିଷ ଶରୀରରେ ଦ୍ରୁତ ଗତିରେ କମୁଛି ବ୍ଲଡ୍ ପ୍ଲେଟଲେଟେସ୍ । ଏହାକୁ ନଜରଅନ୍ଦାଜ ନକରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ମଣିଷ ଶରୀରରେ ବ୍ଲଡ୍ ପ୍ଲେଟ୍ଲେଟସ୍ ସଂଖ୍ୟା ଦେଢ଼ଲକ୍ଷରୁ ୪ଲକ୍ଷ ଭିତରେ ରହିବା କଥା ହେଲେ କରୋନାରୁ ସୁସ୍ଥ ହୋଇଥିବା କିଛି ରୋଗୀଙ୍କ କ୍ଷେତ୍ରରେ ଏଭଳି ବ୍ୟତିକ୍ରମ ଚିନ୍ତା ବଢ଼ାଇଛି । ଯଦି କୌଣସି ବ୍ୟକ୍ତିଙ୍କର ବ୍ଲଡ୍ ପ୍ଲେଟ୍ଲେଟସ୍ ସଂଖ୍ୟା ୫୦ହଜାରରୁ ଅଧିକ ହ୍ରାସ ପାଏ ଏବଂ ଦାନ୍ତର ମାଢ଼ି କିମ୍ବା ନାକରୁ ରକ୍ତ ବାହାରେ ତାହେଲେ ଏହାକୁ ନେଇ ଚିନ୍ତା ବଢ଼ିବା ସ୍ବାଭାବିକ ।

ଶିଖର ଧାୱନଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ୍‌କୁ ଆୟୋଜକ ଶ୍ରୀଲଙ୍କା ସହିତ ହେବ । କଲୋମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି(ରବିବାର) ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ହେବ । 

ଟୋକିଓ ଅଲିମ୍ପିକ୍ସରେ ଆଉ ଦୁଇଜଣ ଆଥଲେଟ୍ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମଣର ଏହା ହେଉଛି ତୃତୀୟ ମାମଲା । ଏହା ପୂର୍ବରୁ ମଧ୍ୟ ଜଣେ ଆଥଲେଟ୍ କରୋନା ପଜିଟିଭ୍ ହୋଇଥିଲେ । ଆୟୋଜକ କମିଟିର ସିଇଓ ତୋଷିରୋ ମୁଟୋ କହିଛନ୍ତି, ଯଦି ସାମ୍ପ୍ରତିକ ପରିସ୍ଥିତିରେ ସଂକ୍ରମଣ ମାମଲା ବଢେ ତାହେଲେଲ ଅନିଶ୍ଚିତତା ଭିତରେ ରହିପାରେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସର୍ବସାଧାରଣ ରାସ୍ତା ନବୀକରଣକୁ ବିରୋଧ, ଅସନ୍ତୋଷ ଜାହିର କଲେ କଲୋନୀ ବାସି...

Sun Jul 18 , 2021
ବବିତା ସାମଲ(ଭଦ୍ରକ) ଭଦ୍ରକ ପୌରପାଳିକା ଅଧୀନରେ ଥିବା ୧୩ ନମ୍ବର ୱାର୍ଡର ଜଗନ୍ନାଥ କଲୋନୀରେ ନୂତନ ରାସ୍ତା ନିର୍ମାଣକୁ ଜଣେ ମୁଷ୍ଟିମେୟ ଲୋକ ବିରୋଧ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି |ଜଗନ୍ନାଥ କଲୋନୀରେ ଡ୍ରେନ ଓ ପକ୍କା ରାସ୍ତା ନିର୍ମାଣ ପାଇଁ ପ୍ରତାପ ପଟନାୟକଙ୍କ ଘର ଠାରୁ ଚିତ୍ତରଞ୍ଜନ ନାୟକଙ୍କ ଘର ପର୍ଯ୍ୟନ୍ତ ସରକାରଙ୍କ ଅନୁଦାନରୁ ଏକ ପ୍ରକଳ୍ପ ମଂଜୁର ହୋଇଥିଲା ଯାହାକୁ ଭଦ୍ରକ ବିଧାୟକ ମୋହଦୟମଧ୍ୟ ଭିତ୍ତିପ୍ରସ୍ଥର […]

You May Like

Pin It on Pinterest