ସର୍ବସାଧାରଣ ରାସ୍ତା ନବୀକରଣକୁ ବିରୋଧ, ଅସନ୍ତୋଷ ଜାହିର କଲେ କଲୋନୀ ବାସି…

ବବିତା ସାମଲ(ଭଦ୍ରକ) ଭଦ୍ରକ ପୌରପାଳିକା ଅଧୀନରେ ଥିବା ୧୩ ନମ୍ବର ୱାର୍ଡର ଜଗନ୍ନାଥ କଲୋନୀରେ ନୂତନ ରାସ୍ତା ନିର୍ମାଣକୁ ଜଣେ ମୁଷ୍ଟିମେୟ ଲୋକ ବିରୋଧ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି |ଜଗନ୍ନାଥ କଲୋନୀରେ ଡ୍ରେନ ଓ ପକ୍କା ରାସ୍ତା ନିର୍ମାଣ ପାଇଁ ପ୍ରତାପ ପଟନାୟକଙ୍କ ଘର ଠାରୁ ଚିତ୍ତରଞ୍ଜନ ନାୟକଙ୍କ ଘର ପର୍ଯ୍ୟନ୍ତ ସରକାରଙ୍କ ଅନୁଦାନରୁ ଏକ ପ୍ରକଳ୍ପ ମଂଜୁର ହୋଇଥିଲା ଯାହାକୁ ଭଦ୍ରକ ବିଧାୟକ ମୋହଦୟମଧ୍ୟ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ କିନ୍ତୁ ପରିତାପର ଏବେ ସେହି କାର୍ଯ୍ୟ ଚାଲୁରହିଥିବା ବେଳେ ସେହି କଲୋନୀର ମନୋରଞ୍ଜନ ନାୟକ ରାସ୍ତା କାମକୁ ବିରୋଧ କରିବା ସହିତ ରାସ୍ତା କାମକୁ ବନ୍ଦ କରୁଛନ୍ତି |

କିନ୍ତୁ ସବୁଠାରୁ ବଡ କଥା ହେଉଛି ମନୋରଞ୍ଜନ ନାୟକ ରହୁଥିବା ଘର ତିନି ବର୍ଷ ପୂର୍ବରୁ ବ୍ୟାଙ୍କରୁ ନିଲାମରେ ଆଣିଥିଲେ କିନ୍ତୁ ଅନେକ ବର୍ଷ ପୂର୍ବରୁ ସେହି ଘରର ମାଲିକ କପିଳ ବଳ ଓ ଅନ୍ୟ ମାଲିକ ମାନଙ୍କ ପାଖରୁ ରାସ୍ତାରେ ଯିବାଆସିବା ପାଇଁ ଚୁକ୍ତି ପତ୍ର ମଧ୍ୟ କରିଛନ୍ତି ସେହି କଲୋନୀର ରାଜକିଶୋରେ ମହାପାତ୍ର, ସରୋଜ କୁମାର ନାୟକ,ସୁକାନ୍ତି ସେନାପତି ସମେତ ଅନେକ ବାସିନ୍ଦା |ରାସ୍ତା କାର୍ଯ୍ୟ ବନ୍ଦ ହେବା ଫଳରେ କଲୋନୀ ବାସି ଏକ ଅଭିଯୋଗ ଭଦ୍ରକ ସହରାଞ୍ଚଳ ଥାନାରେ କରିଥିବା ବେଳେ ଉଚିତ ନ୍ୟାୟ ଆଶାରେ ରହିଛନ୍ତି କଲୋନୀ ବାସି |କିନ୍ତୁ ଏଠି ପ୍ରଶ୍ନ କେଉଁ ଆଇନ ବଳରେ ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସର୍ବସାଧାରଣ ରାସ୍ତାକୁ ବନ୍ଦ କରିବା ଆଇନତ କେତେଦୂର ଯଥାର୍ଥ ତାହା ଦେଖିବାକୁ ବାକି ରହିଲା?

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଦ୍ୟୁତ ସର୍ଟ ସର୍କିଟ ରେ ଜଳିଗଲା ଘର,ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭସ୍ମୀଭୂତ...କେବେ ଶୁଣିବେ ପ୍ରଶାସନ

Sun Jul 18 , 2021
ବାସ୍ତବବ୍ୟୁରୋ:(ମାଲକାନଗିରି) ମାଲକାନଗିରି ଜିଲ୍ଲା ର ବାଲିମେଳା ଏନ ଏ ସି ଅଧିନସ୍ଥ ଏକ ନମ୍ବର ୱାର୍ଡ ରେ ଆଜି ସକାଳ ୧୧ଟା ସମୟରେ ଘଟି ଯାଇଛି ଏକ ଅଭାବନିୟ ଘଟଣା । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ପୋଡିଗଲା ସମ୍ପୂର୍ଣ ଘର ସହ ସମସ୍ତ ଅସବାବପତ୍ର । ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ଏନ ଏ ସି ସ୍ଥିତ ୧ ନ ୱାର୍ଡ ର ବାସିନ୍ଦା ମାଧବ ବାଜିଙ୍ଗ […]

You May Like

Pin It on Pinterest