ରାଜ୍ୟ ପାଇଁ ଶୁଭ ସୂଚକ ଜୁଲାଇ ୧୨ପରେ ପୁଣି ୨ ହଜାର ତଳେ ସଂକ୍ରମିତଙ୍କ ସଂଖ୍ୟା…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ରାଜ୍ୟ ପାଇଁ ଶୁଭ ସୂଚକ, ଜୁଲାଇ ୧୧ରେ ୧୯୯୩ ଜଣ ଓ ଜୁଲାଇ ୧୨ରେ ୧୯୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ,ଏବେ ଗତ ୨୪ ଘଣ୍ଟାରେ ଅର୍ଥାତ୍ ଜୁଲାଇ ୧୮ରେ ରାଜ୍ୟରେ ଏହି ସଂକ୍ରମିତଙ୍କ ସଂଖ୍ୟା ପୁଣି ୨ ହଜାର ତଳକୁ ଆସିଛି ।ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୬୯୩ ଜଣ ସ୍ଥାନୀୟ ବାସିନ୍ଦା । ସେହିପରି କରୋନାରେ ପ୍ରାଣ ହରାଇଥିବାଙ୍କ ସଂଖ୍ୟା ମଧ୍ୟ ୬୦ ତଳେ ଅର୍ଥାତ ୫୮ ଜଣଙ୍କ ସଂପର୍କରେ ତଥ୍ୟ ରଖିଛନ୍ତି ସରକାର।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଆଜି ଖୋର୍ଦ୍ଧାକୁ ପଛରେ ପକାଇଛି କଟକ ଜିଲ୍ଲା,ଏଠାରୁ ସର୍ବାଧିକ ୩୩୫ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୨୩୦, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୧୨, ଅନୁଗୋଳରୁ ୮୯, ବାଲେଶ୍ୱରରୁ ୮୩, ଭଦ୍ରକରୁ ୭୭, ମୟୂରଭଞ୍ଜରୁ ୭୭, ନୟାଗଡ଼ରୁ ୭୩ ଓ ପୁରୀ ଜିଲ୍ଲାରୁ ୬୭ ଜଣ ଥିବାବେଳେ,ବରଗଡ଼ ଜିଲ୍ଲାରୁ ୧୭ ଜଣ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୫, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫୪, ଗଜପତିରୁ ୫, ଗଞ୍ଜାମରୁ ୧୧, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୫୦, କେନ୍ଦୁଝରରୁ ୨୧, କୋରାପୁଟରୁ ୬, ମାଲକାନଗିରିରୁ ୩୫, ନବରଙ୍ଗପୁରରୁ ୧୨, ନୂଆପଡ଼ାରୁ ୭, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୨୪, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୩୩ ଓ ଷ୍ଟେଟ୍‌ ପୁଲ୍‌ରୁ ୪୪ ଜଣ ଚିହ୍ନଟ ହୋଇଛନ୍ତି।

ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୩୦ ହଜାର ୪୧୮ ଜଣ ସୁସ୍ଥ ହୋଇସାରିଛନ୍ତି। ୨୦ ହଜାର ୩୮୭ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Mon Jul 19 , 2021
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୧୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୫୯୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୩୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୦୪୧୮ […]

You May Like

Pin It on Pinterest