ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଚାନ୍ଦବାଲିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ୬ ଗୋଟି ଦାବୀ ନେଇ ରାସ୍ତାରୋକ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା କେବଳ ପ୍ରଚାର ପ୍ରସାରରେ ରହିଯାଉଛି ପ୍ରକୃତ ଲୋକଙ୍କ ପାଖରେ ପହଂଚି ପାରୁନି |ଦେଶକୁ ଆହାର ଯୋଗାଉଥିବା କୃଷକ ସବୁବେଳେ ଅବହେଳିତ,କାଳିଆ ବଳିଆ ଯେତେ ଯୋଜନା ଆସିଲେବି ପହଂଚି ପାରୁନି ଚାଷୀ ଙ୍କ ନିକଟରେ |ମୁଣ୍ଡଝାଳ ତୁଣ୍ଡରେ ମାରି ଅମ୍ଳ କରୁଥିବା ଫସଲ ଗଣ୍ଡାକର ପାଉନି ଉଚିତ ମୂଲ୍ୟ |ଏହି ପରିପେକ୍ଷୀରେ ଆଜି,ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ବଜାରରେ ମୁଖ୍ୟ ରାସ୍ତା ରେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ,ରାସ୍ତାରୋକ ଆନ୍ଦୋଳନ କରାଯାଇଛି ।

ଏହି କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ଅଶୋକ ରାଉଳଙ୍କ ନେତୃତ୍ବରେ ପୂର୍ବତନରାଜସ୍ବ ମନ୍ତ୍ରୀ ବିଜେପି ନେତା ମନମୋହନ ସାମଲଙ୍କ ସହ,କାହ୍ନୁଚରଣ ବେହେରା ରାଜ୍ୟ ପରିଷଦ ସଭ୍ୟ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ରତିକାନ୍ତ ନାୟକ ଅକ୍ଷୟ ସେନାପତି, ପ୍ରଭାସଶୁଭଦର୍ଶନ ମହାନ୍ତି, ବିଜେପି କୃଷକ ମୋର୍ଚ୍ଚାର ବହୁ ଛାମୁଆ ନେତା ମାନେ ଯୋଗଦେଇ କୃଷକ ମାନଙ୍କୁ ରାଜ୍ୟ ସରକାର ଉପେକ୍ଷିତ କରିବା ସହ ଚାଷୀଙ୍କ ବିକାଶ ଧାରାକୁ ରାଜ୍ୟ ସରକାର ବଂଚିତ କରୁଥିବାରୁ ପ୍ରତିବାଦ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଆଜି ଏହି ଆନ୍ଦୋଳନର ମୁଖ୍ୟ ଦାବିଗୁଡିକ ଯଥା-

  • ୧-ଯୋଗ୍ଯ ଚାଷୀ ମାନଙ୍କ ଧାନ କୁ ଉଚିତ୍ ସମୟ ,ଉଚିତ୍ ମୂଲ୍ୟରେ କ୍ରୟ କରାଯାଉ।
  • ୨-କେନ୍ଦ୍ର ସରକାରଙ୍କ କୁଇଣ୍ଟାଲ ପିଛା ସଠିକ ମୂଲ୍ୟ ଚାଷୀଙ୍କୁ ପ୍ରଦାନ କରାଯାଉ ୫ରୁ ୭ କେଜି କାଟ୍ ଛାଟ୍ ଲୁଟ୍ ଓମଣ୍ଡି ଦଲାଲ ବନ୍ଦ କରାଯାଉ।
  • ୩-ଜଳସେଚନ କରାଯାଇଥିବା ମିଥ୍ଯା ଭାଷଣ ବାଜିକୁ ବନ୍ଦ କରାଯାଉ,ତୁରନ୍ତ ଯଳସେଚନ କରାଯିବାର ପଦକ୍ଷପ ନିଆଯାଉ।
  • ୪-ଚାଷୀ ମାନଙ୍କୁ ବୋନୋଷ ଆର୍ଥିକ ରାଷି ସର୍ବ ନିମ୍ନ ୨୫୦ଟଙ୍କା ପ୍ରଦାନ କରାଯାଉ ବରିଷ୍ଠ ଚାଷୀଙ୍କୁ ବାର୍ଷିକ ଭତ୍ତା ୬୦୦୦ ଟଙ୍କା ପ୍ରଦାନ କରାଯାଉ।
  • ୫-ଚାଷୀ ଭାଇଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବିମା ଓ ଜୀବନ ବୀମା କ୍ଷତିପୂରଣ ତୁରନ୍ତ ଯୋଗାଇ ଦିଆଯାଉ।
  • ୬-ସରକାରୀ ଦଳୀୟ ଦଲାଲ ରୁ ନିବୃତ୍ତ ରହି କେନ୍ଦ୍ର ଦ୍ବାରା ଦିଆଯାଉଥିବା କୃଷକ ସମ୍ମାନ ନିଧି ଯୋଜନା ରେ ଯୋଗ୍ଯ ଚାଷୀ ଙ୍କୁ ଅନ୍ତର୍ଭୁକ୍ତ କରାଯାଉ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୁଲ୍ ଇଞ୍ଜେକସନ୍ ପାଇଁ ୮ ବର୍ଷର ବାଳକ ମୃତ ମେଡ଼ିକାଲରେ ଉତ୍ତେଜନା ...

Mon Jul 19 , 2021
ଚାନ୍ଦବାଲି ବ୍ଲକ କାଣ୍ଡଗରଡ଼ି ପଂଚାୟତ ତେନ୍ତୁଲା ଗାଁରେ ଭୁଲ ଇଞ୍ଜେକସନ ସହ ଡ଼ାକ୍ତରଙ୍କ ଅବହେଳେ ପାଇଁ ବାଳକମୃତ୍ୟୁ ଅଭିଯୋଗ । ଡ଼ାକ୍ତରଖାନାରେ ଚାପ ଉତେଜନା ଜାରୀ । ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଚାନ୍ଦବାଲି ମେଡ଼ିକାଲରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି, କାଣ୍ଡଗରଡ଼ି ପଂଚାୟତ ତେନ୍ତୁଲା ଗାଁରେ ଜଣେ ୮ ବର୍ଷର ବାଳକକୁ ଜ୍ଵର ହୋଇ ଥିବାରୁ ପରିବାର ଲୋକେ ପ୍ରଥମେ ଓରାସାହି ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଏକ ମେଡ଼ିସନ ଷ୍ଟୋରରୁ […]

You May Like

Pin It on Pinterest