
ମାଲକାନଗିରି:(ନି.ପ୍ର)ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଅମଗୁଡା ଗ୍ରାମ ପଞ୍ଚାୟତ ମାରକାମଗୁଡା ଗ୍ରାମର ରାମ ବାରିକଙ୍କ ୧୪ ବର୍ଷର ଝିଅ ଲଳିତା ବାରିକର ,ନକଲି ଡାକ୍ତର ପାଇଁ ଚାଲିଗଲା ଜୀବନ | ଲଳିତାର ପେଟ କାଟିବାରୁ ସେ ମାଥିଲି ବସ ଷ୍ଟାଣ୍ଡ ନିକଟ ଶ୍ରୀରାମ ଔଷଧ ଦୋକାନ ନାମକ ଏକ ଦୋକାନକୁ ଔଷଧ ନେବାପାଇଁ ଆସିଥିଲେ। କିନ୍ତୁ ଷ୍ଟୋର ମାଲିକ ତାଙ୍କୁ ଏକ ଇଂଜେକସନ ଦେଇଥିଲେ। ତା ପରେ ଲଳିତାଙ୍କ ଶରୀର ଅଧିକ ଅସୁସ୍ଥ ହୋଇଯାଇଥିଲା। ପରେ ତାଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ନେଲା ପରେ ଡାକ୍ତର ଲଳିତାଙ୍କୁ ଚିକିତ୍ସା ଆରମ୍ଭ କରିଥିଲେ କିନ୍ତୁ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପୂର୍ବରୁ ଅନେକ ନକଲି ଡାକ୍ତରଙ୍କୁ ଧରିଥିଲା ପୋଲିସ କିନ୍ତୁ ମାଥିଲି ଥାନା ରୁ ୧ କିଲୋମିଟର ଦୂର ଓ ସ୍ୱାସ୍ତ୍ୟ କେନ୍ଦ୍ରରୁ ମାତ୍ର ୧୦୦ ମିଟର ଦୂରରେ ଥିବା ନକଲି ଡାକ୍ତରକୁ ନଧରିବାରେ କାହାର ସ୍ୱାର୍ଥ ହାସଲ ହେଉଥିଲା ଆଜି ସମସ୍ତଙ୍କ ମନରେ ଏହି ପ୍ରଶ୍ନ ।ସାଧାରଣ ଜନତାଙ୍କ ସ୍ୱାସ୍ଥ ପାଇଁ,ସରକଙ୍କ ଯୋଜନା ଆଜିବି ଉପାନ୍ତ ଅଞ୍ଚଳରେ ଆଦିବାସୀଙ୍କ ପାଖରେ ବ୍ୟବସ୍ତା ପାହଞ୍ଚି ପାରୁନି । ସୂଚନାନୁଯାୟୀ ଏହି ଦୁଖଃଦ ଘଟଣା ପରେ ମାଥିଲି ପୋଲିସ ଉକ୍ତ ନକଲି ଡାକ୍ତରକୁ ଥାନାରେ ଅଟକ ରଖିଥିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।