କେନାଲରେ ବୁଡ଼ି ନାବାଳିକା ମୃତ….

କାମାକ୍ଷାନଗର-କେନାଲରେ ବୁଡି ନାବାଳିକା ମୃତ୍ୟୁ। ମୃତ ନାବାଳିକା ହେଲେ କାମାକ୍ଷାନଗର ଥାନା ସାରୁଆଳି ପଞ୍ଚାୟତ କଟା ଗ୍ରାମର ତପନ ମୁଣ୍ଡାଙ୍କ ୧୩ବର୍ଷର ନାବାଳିକା ରାଧି ମୁଣ୍ଡା। ଆଜି ଦିନ ୧୨ଟା ସମୟରେ ରାଧି ଓ ୩ଜଣ ସାଙ୍ଗ ସହ ଗ୍ରାମ ନିକଟସ୍ଥ କେନାଲକୁ ଗାଧୋଇବା କୁ ଯାଇଥିଲେ। ଗାଧୋଇବା ବେଳେ ଅସାବଧାନତା ବସତ କେନାଲର ଗଭିର ଜଳ ଭିତରକୁ ଖସିଯାଇଥିଲେ।

କେନାଲରେ ପାଣି ଅଧିକ ଥିବାରୁ ପାଣିରେ ବୁଡି ଯାଇଥିଲେ। ଦିର୍ଘ ସମୟ ଧରି ପାଣିରୁ ରାଧି ନବାହାରିବାରୁ ସାଙ୍ଗମାନେ ଆସି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ଆସି ବହୁଖୋଜା ଖୋଜି କରି ଦିର୍ଘ ସମୟ ପରେ ଉଦ୍ଧାର କରିଥିଲେ। ଉଦ୍ଧାର କରି ତୁରନ୍ତ କାମାକ୍ଷାନଗର ମେଡିକାଲ ଭର୍ତ୍ତି କରିଥିଲେ। କିନ୍ତୁ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Jul 21 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨୪୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୯୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୬୮୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୫୦୦୭ ଜଣ ସୁସ୍ଥ […]

You May Like

Pin It on Pinterest