ଚାନ୍ଦବାଲି ବ୍ଲକର ମତୋ ବଜାରରେ ଅଗ୍ନିକାଣ୍ଡ…

(ଚାନ୍ଦବାଲି)ଚାନ୍ଦବାଲି ବ୍ଲକ ଅଧିନସ୍ଥ ମତୋ ବଜାରରେ ଅଗ୍ନି କାଣ୍ଡ ଜଳିଗଲା ଗୋଟିଏ ଫଳ ଦୋକାନ।ମତୋ ବଜାରରେ ଥିବା କୃଷ୍ଣ ଚନ୍ଦ୍ର ସାହୁଙ୍କ ଫଳ ଦୋକାନ ଆଜି ଭୋର ସମୟରେ ଅଗ୍ନି କାଣ୍ଡ ଘଟି ଲକ୍ଷା ଧିକ ଟଙ୍କା ର ସମ୍ପତି ଜଳିପୋଡି ନଷ୍ଟ ହୋଇଯାଇଛି।ସଙ୍ଗେ ସଙ୍ଗେ ଚାନ୍ଦବାଲି ଅଗ୍ନି ସମ ବିଭାଗ ଓ ଗଦି ଅଗ୍ନି ସମବିଭାଗକୁ ଖବର ଦେଇଥିଲେ ମଧ୍ୟ ଅଗ୍ନି ସମ ବିଭାଗ ପହଞ୍ଚିବା ପୂର୍ବରୁ ଦୋକାନ ର ନଗଦ ଟଙ୍କା ଲକ୍ଷା ଧିକ ଟଙ୍କାର ଜିନିଷ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି। ଏଠି ଲୋକ ମାନେ ଦୁଇ ଦୁଇଟି ଅଗ୍ନି ସମ ବିଭାଗ କୁ ଖବର ଦେଇଥିଲେ ହେଁ ପହଞ୍ଚିବା ବିଳମ୍ବ ହେବାରୁ ଦୋକାନ ଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା କଥା ଲୋକେ କ୍ଷବ ପ୍ରକାଶ କରିଛନ୍ତି। ଅଗ୍ନି କାଣ୍ଡ ର କାରଣ ଅସ୍ପଷ୍ଟ ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନାବାର୍ଡ ର ୪୦ ତମ ପ୍ରତିଷ୍ଠା ଦିବସ ପାଳନ,ପ୍ରଗତିଶୀଳ ଚାଷୀ ଶ୍ରୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ପୁରସ୍କୃତ...

Wed Jul 21 , 2021
ବାସ୍ତବବ୍ୟୁରୋ:(କଟକ)ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ ପାଳନ ପରିପେକ୍ଷୀରେ କଟକ ଜିଲ୍ଲାରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ରାଜ୍ୟପାଳଙ୍କ ତରଫରୁ ବାଲିପଡ଼ା ଗ୍ରାମ ନିଶ୍ଚନ୍ତ କୋଇଲି ଅଂଚଳରେ ପ୍ରଗତିଶୀଳ ଚାଷୀ ଶ୍ରୀ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କୁ ପୁରସ୍କୃତ କରାଯାଇଛି | ପ୍ରଗତିଶୀଳ ଚାଷୀ ଶ୍ରୀ ପଣ୍ଡା କୃଷି କ୍ଷେତ୍ରରେ ନିଜର ପାରଙ୍ଗମତା ଦେଖାଇ “କୃଷି ସମୃଦ୍ଧି” ପାଇଲଟ ପ୍ରକଳ୍ପ ନାବାର୍ଡ ଜରିଆରେ ସାହାଯ୍ୟ ଗ୍ରହଣ କରି ସଫଳତା […]

You May Like

Pin It on Pinterest