
ବାସ୍ତବବ୍ୟୁରୋ:(ଢେଙ୍କାନାଳ) ଉଦଘାଟନ ଗୋଟିଏ ସପ୍ତାହ ପୁରିନାହିଁ ଭାଙ୍ଗିଲା ରେଙ୍ଗାଳୀ ବାମ କେନାଲର ମାଇନର କେନାଲ। ଢେଙ୍କାନାଳ ଜିଲ୍ଲା
କାମାକ୍ଷାନଗର ରେଙ୍ଗାଳୀ ବାମ କେନାଲର କୁନିନ୍ଦା ଡିଷ୍ଟୁବ୍ୟୁଟାରି କେନାଲରେ ଘାଈ।ଭୁବନ ବ୍ଲକ,ଧଳପଡା ଗାଁର ଚଣ୍ଡୀ ମନ୍ଦିର ନିକଟରେ ୧୦ ଫୁଟର ଘାଈ ଶୃଷ୍ଟି ହୋଇଛି। ନିମ୍ନମାନର କାମ ପାଇ ଘାଈ ହୋଇଥିବା ଚାଷି ଅଭିଯୋଗ କରିଛନ୍ତି।
ଘାଈ ଫଳରେ ପାଣି ମାଡିଯାଇ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି।ଭାଂଗିଲା କେନାଲ ଭାସିଲା ତଳି. ଚାଷୀର ଜମି ବୋହିଲା ରେଙ୍ଗାଲି ପାଣି…ବହୁ ପୂର୍ବରୁ ସତର୍କ କରାଯାଇଥିଲା କିନ୍ତୁ କେହି ମାନି ନଥିଲେ.. ଅସମ୍ପୂର୍ଣ୍ଣ କେନାଲରେ ଅତୀତରବାରିଆ ଭାବେ ଉଦ୍ଘାଟନ କଲେ ଓଡିଶା ସରକାର ଙ୍କ ପୂର୍ତବିଭାଗ ମନ୍ତ୍ରୀ. ଯାହାକି ଜୁଲାଇ ୧୫ ତାରିଖ ଦିନ ଦଶଟା ରେ ହେବାର ଥିଲା. ତାହା ସକାଳ ସାତ ଟା ପୂର୍ବରୁ ହୋଇଗଲା.. ଚାଷୀ ସେ ସ୍ଥାନକୁ ଯାଇ ଫେରିଥିଲେ.. ତେବେ ୫୦ ଭାଗ କାମ ଶେଷ ହୋଇ ନଥିଲେ ଵି ତରବରିଆ ଭାବେ ପାଣି ଛାଡି ଦେଇଥିଲେ ।
ରେଙ୍ଗାଲି ବାମ କେନାଲ ଧଳପଡା ପଂଚାୟତ ର ଅନଳ ଗ୍ରାମ ନିକଟ ରୁ ବାହାରିଛି, କୁନିନ୍ଦା ଡିଷ୍ଟ୍ରି ବ୍ୟୁଟାରୀ ଯାହାକି ଧଳପଡା ପଂଚାୟତ ର ଅନଳ ମଝିପାଳ ଦର୍ଜନୀ ଯୋଡ଼ାଗଡ଼ିଆ କୁନିନ୍ଦା ପଂଚାୟତ ର କୁମୁରୁସିଂହ କେନ୍ଦୁପଡା କୁନିନ୍ଦା ଓ ରେନନ୍ଦ ପାଟଣା ର ଚାଷୀ ଙ୍କ ଜମି କୁ ପାଣି ମାଡ଼ିବ. କିନ୍ତୁ ଡ଼ୁବୁରୀ ଡିଭିଜନ ଦ୍ୱାରା ତଦାରଖ କରାଯାଇ ହେଉଥିବା କେନାଲ କାମ ନିମ୍ନ ମାନର ହୋଇଥିବାରୁ ତାହା ଉଦ୍ଘାଟନ ର ତୃତୀୟ ଦିନ ରେ ଭାଙ୍ଗିଯାଇଥିବା ଦେଖାଯାଇଛି..