
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା) କେନ୍ଦ୍ରାପଡା ପୋଲିସ ଓ ସାମ୍ବାଦିକ ବିବାଦ କିଛି ନୂଆନୁହେଁ ,ହେଲେ କରନା ମହାମାରୀ ସଙ୍କଟରୁ ମୁକୁଳିବା ପାଇଁ ସାରାଦେଶ ସଚେତନତାର ବାର୍ତା ବାଣ୍ଟୁ ଥିବାବେଳେ,କେଦ୍ରପଡ଼ା ପୋଲିସ ନିଜେ ସଚଟିଟି ନୁହେ ଏହାର ପ୍ରମାଣ ସୋସିଆଲ ମିଡିଆରେ ଭାଇରଲ ହେବାପରେ, ପୋଲିସ୍ ଆକ୍ରୋଶର ଶିକାର ହୋଇଛନ୍ତି ସମ୍ବାଦ ଡାଟା |

ପୁଣି ମାସ୍କ ପିନ୍ଧାକୁ ନେଇ ବିବାଦ ଘେରରେ କେନ୍ଦ୍ରାପଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟ | ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କୁ କେନ୍ଦ୍ର କରି କେନ୍ଦ୍ରାପଡାର ଜଣେ ୱେବ ଚାନେଲ ସାମ୍ବାଦିକଙ୍କୁ ମହିଳା ରିଜର୍ଭ ପୋଲିସ କନେଷ୍ଟବଳ ପିନୁ ନାୟକ ଙ୍କ ମାଡ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍। କେନ୍ଦ୍ରାପଡା ଏସପି ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଜେପି ଧାରଣା ସ୍ଥଳକୁ ସାମ୍ବାଦିକ ଭିମସେନ ସେଠି ଖବର ସଂଗ୍ରହ କରିବାକୁ ଯାଇ ମହିଳା କନେଷ୍ଟବଳ ମାସ୍କ ପିନ୍ଧିନଥିବା ଫଟୋକୁ ସୋସିଆଲ ମିଡିଆରେ ଛାଡିଥିଲେ। ଏହି ଘଟଣାରେ ଖପା ହୋଇ ମହିଳା କନେଷ୍ଟବଳ ଉକ୍ତ ସାମ୍ବାଦିକ ଙ୍କ କଲର କୁ ଟାଣି ମାଡ ମାରିଲେ। ଘଟଣାକୁ କେନ୍ଦ୍ରାପଡା ସାମ୍ବାଦିକ ସଂଘ ଓ ରାଜ୍ୟ ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘ ତରଫରୁ ତିବ୍ର ନିନ୍ଦା କରିବା ସହ ମହିଳା କନେଷ୍ଟବଳ ଙ୍କୁ ନିଲମ୍ବନ ଦାବି କରାଯାଇଛି।