ଆଜିର ଖାସ୍ ଖବର

୧-ମନ୍ତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ କରି ଖାଦ୍ୟର ମାନ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୨-ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ, ଆଜିଠାରୁ ଆରମ୍ଭ ହୋଇଯିବ ତିନି ଦିନ ଧରି ବର୍ଷା।

୩-ମୃତ୍ୟୁ ଡାକୁଛି କାଠଯୋଡି!ପୁଣି ଗାଡକଣର ଦେବବ୍ରତ ମାଝୀ ସେଇ ନଦୀକୁ ଡେଇଁଲେ।

୪-ରାଜ୍ୟର ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଇଏସ୍‌ଆଇସି ହସ୍ପିଟାଲ।

୫-ଖାକି ବର୍ଦ୍ଦି ପିନ୍ଧି ଖୋର୍ଦ୍ଧା ଥାନା ହୋମ ଗାର୍ଡ କରୁଥିଲା ବିସ୍ଫୋରକର ଚୋର ବେପାର,ହୋମଗାର୍ଡକୁ ଗିରଫ କଲା ଏସ୍‌ଟିଏଫ୍‌।

୬-ସୋସିଆଲ୍ ମିଡିଆ ପ୍ରୋଫାଇଲ୍‌କୁ ଆଧାର ସହ ଲିଙ୍କ୍, ଦେଶରେ ଚାଲିଥିବା ସମସ୍ତ ମାମଲା ସ୍ଥାନାନ୍ତରିତ ପାଇଁ ସୁପ୍ରିମ କୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଦେଲେ ନିର୍ଦେଶ।

୭-ଜାତୀୟ ସ୍ତରକୁ ନେବେ ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ କରିବେ ସାକ୍ଷାତ।

୮-ଚେନ୍ନାଇ: ଜିନସ୍ ଓ ଟପ୍ ପିନ୍ଧା ଝିଅଙ୍କୁ ମିଳୁନି ଡ୍ରାଇଭିଂ ଟେଷ୍ଟ ଅନୁମତି।

୯-ନୂଆ ଦିଲ୍ଲୀ:ଚୀନ ବାଣ ଉପରେ ରୋକ, ଉଲ୍ଲଂଘନ କଲେ ଯିବେ ଜେଲ।

୧୦-ପାକିସ୍ତାନ ବିରୋଧରେ ପିଓକରେ ବିରୋଧ ପ୍ରଦର୍ଶନ, ପୁଲିସ ମାଡରେ ୨ ଜଣଙ୍କର ମୃତ୍ୟୁ।

୧୧-ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ତଥ୍ୟ ସହ ପ୍ରମାଣ ଦେଲେ ଅପରାଜିତା ଷଡ଼ଙ୍ଗୀ।

୧୨-ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ, ୩୦୦ କିମି ଦୂର ଲକ୍ଷ୍ୟଭେଦକୁ ସଫଳତାର ସହ କଲା ଧ୍ଵସ୍ତ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଟ୍ରେନ ଯାତ୍ରୀମାନଙ୍କ ପାଇଁ ନୂଆ ସୁବିଧା

Wed Oct 23 , 2019
ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ):   ଟ୍ରେନ ରେ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନଙ୍କ ସବୁ ପ୍ରକାର ର ସୁବିଧା ଯୋଗାଇଦେବା ପାଇଁ ନୂଆନୂଆ ପଦକ୍ଷେପମାନ ଉଠାଯାଉଛି  ଭାରତୀୟ ରେଳବାଇ । ଗତକିଛି ଦିନ ତଳେ ରେଳବାଇ ପକ୍ଷରୁ ଦେଶର ଷ୍ଟେସନମାନଙ୍କରେ ଓ୍ଵାଇ-ଫାଇ ସୁବିଧା ଆରମ୍ଭ କରାଯାଇଥିଲା। ଖୁବ୍‌ଶୀଘ୍ର ଆପଣଙ୍କୁ ଟ୍ରେନ୍‌ ବି ଓ୍ଵାଇ-ଫାଇ ସୁବିଧା ଯୋଗାଇ ଦେବାକୁ ଯୋଜନା କରାଯାଉଛି ବୋଲି ରେଳମନ୍ତ୍ରୀ ପିୟୁଷ ଗୋଏଲ ବୁଧବାର ସୂଚନା ଦେଇଛନ୍ତି। […]

You May Like

Pin It on Pinterest