ଆଜିର ଖାସ୍ ଖବର…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୪୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୦୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୧୯୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୬୨୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୬୯୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କୁ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ । ଅଧର ଉଚ୍ଚା ୯ଟି ତୁମ୍ୱାକୃତି ମାଟି ପାତ୍ରରେ ପଣା ପ୍ରସ୍ତୁତ ହେବ । ଆସନ୍ତାକାଲି ନିଳାଦ୍ରିବିଜେରେ ଶ୍ରୀମନ୍ଦିର ରତ୍ନବେଦୀକୁ ଫେରିଯିବେ ଚତୁର୍ଦ୍ଧା ମୂରତି ।

ଆସନ୍ତା ୪୮ ଘଣ୍ଟା ଭିତରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବ ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୩୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୨ ଲକ୍ଷ ୫୭ ହଜାର ୭୨୦ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୮ ହଜାର ୯୮୭ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୪ ଲକ୍ଷ ୨୯ ହଜାର ୩୩୯ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୦୯୩୯୪।

ଆଜି (ଗୁରୁବାର)ଠାରୁ ରାଜଧାନୀ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣା ଦେବେ କୃଷକ ।  ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ପ୍ରଦର୍ଶନ କରିବାକୁ ସରକାରଙ୍କ ପକ୍ଷରୁ କୃଷକଙ୍କୁ ମିଳିଛି ଅନୁମତି। ଜୁଲାଇ ୨୨ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ସର୍ବାଧିକ ୨୦୦ ପ୍ରଦର୍ଶନକାରୀ କୃଷକଙ୍କୁ ଧାରଣା ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ୩୦ ତାରିଖରେ ୟୁପିର ୯ ଟି ମେଡିକାଲ କଲେଜକୁ ଲୋକାର୍ପଣ କରିବେ। ଏହାସହ ଲୋକର୍ପଣ ଦିନ ନିଜେ ପ୍ରଧାନମନ୍ତ୍ରୀ ୪୫୦ ଜଣ ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ବୋଲି ସୂଚନା ମିଳିଛି। କେବଳ ସେତିକି ନୁହେଁ ରାଜ୍ୟ ସରକାର ଚଳିତବର୍ଷ ଆଉ ୧୩ ଟି ମେଡିକାଲ କଲେଜ ଆରମ୍ଭ କରିବେ ବୋଲି କୁହାଯାଇଛି।

ଆଜି ସକାଳ ୭.୪୨ ସମୟରେ ରାଜସ୍ଥାନର ବିକାନେର୍‌ଠାରେ ୪.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଘଟିଯାଇଛି। ଏ ନେଇ ନେସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସେସମୋଲୋଜି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ଏହି ଅଞ୍ଚଳରେ ଗତକାଲି ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ବିକାନେର୍‌ଠାରେ ଗତକାଲି ଭୋର୍‌ ୫.୨୪ ସମୟରେ ୫.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ‌ହୋଇଥିଲା।

ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୨ ଆଜିଠାରୁ ଖୋଲିଛି । ଏହି ଟର୍ମିନାଲରୁ ଇଣ୍ଡିଗୋ ୨୦୦୦-୨୯୯୯ ଶୃଙ୍ଖଳାର ବିମାନ ଏବଂ ଗୋ-ଏୟାରର ସମସ୍ତ ବିମାନ ନିଜର ଉଡ଼ାଣ ପୁଣି ଥରେ ଆରମ୍ଭ କରିବ । ଲକଡାଉନ କଟକଣାରେ କୋହଳ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିମାନବନ୍ଦର କର୍ତ୍ତପକ୍ଷ ଟର୍ମିନାଲ-୨କୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି । 

ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୯ କୋଟି ୨୭ ଲକ୍ଷ ୭୨ ହଜାର ୭୮୫ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୪୧ ହଜାର ୭୦୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୫୩ ଲକ୍ଷ ୧୨ ହଜାର ୩୦୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୩୩ ଲକ୍ଷ ୧୮ ହଜାର ୭୭୭ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେମିତି ଅଛି ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ପଞ୍ଚାୟତର ଉଳୁଡା ଗ୍ରାମର ୧୦ ନମ୍ବର ୱାର୍ଡ...

Thu Jul 22 , 2021
ଭୋଗରାଇ(ଦିଲ୍ଲୀପ କୁମାର ପଣ୍ଡା)ବିକାଶର ଡିମଡିମି ପିଟୁଥିବା ରାଜ୍ୟ ସରକାର କିଭଳି ଭାବେ ବିକାଶର କାର୍ଯ୍ୟ କରୁଛନ୍ତି ତାହାର ସ୍ପଷ୍ଟଚିତ୍ର ଗ୍ରାଉଣ୍ଡ ଜିରୋ ଆମେ କହୁଛୁ ଏହା ହେଉଛି ବାଲେଶ୍ଵର ଜିଲ୍ଲା ଭେଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ପଞ୍ଚାୟତର ଉଳୁଡା ଗ୍ରାମର ୧୦ ନମ୍ବର ୱାର୍ଡ ଭିତରେ ଥିବା ବଡ଼ ପୋଖରୀର , ଦୀର୍ଘ ବର୍ଷ ପୂର୍ବରୁ ଜଣେ ଉଆଡ ମେମ୍ବରଙ୍କ ଦ୍ଵାରା ହୋଇ ଥିଲା ଏହି ରାସ୍ତା , ମୁଖ୍ୟ […]

You May Like

Pin It on Pinterest