କେମିତି ଅଛି ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ପଞ୍ଚାୟତର ଉଳୁଡା ଗ୍ରାମର ୧୦ ନମ୍ବର ୱାର୍ଡ…

ଭୋଗରାଇ(ଦିଲ୍ଲୀପ କୁମାର ପଣ୍ଡା)ବିକାଶର ଡିମଡିମି ପିଟୁଥିବା ରାଜ୍ୟ ସରକାର କିଭଳି ଭାବେ ବିକାଶର କାର୍ଯ୍ୟ କରୁଛନ୍ତି ତାହାର ସ୍ପଷ୍ଟଚିତ୍ର ଗ୍ରାଉଣ୍ଡ ଜିରୋ ଆମେ କହୁଛୁ ଏହା ହେଉଛି ବାଲେଶ୍ଵର ଜିଲ୍ଲା ଭେଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ପଞ୍ଚାୟତର ଉଳୁଡା ଗ୍ରାମର ୧୦ ନମ୍ବର ୱାର୍ଡ ଭିତରେ ଥିବା ବଡ଼ ପୋଖରୀର , ଦୀର୍ଘ ବର୍ଷ ପୂର୍ବରୁ ଜଣେ ଉଆଡ ମେମ୍ବରଙ୍କ ଦ୍ଵାରା ହୋଇ ଥିଲା ଏହି ରାସ୍ତା , ମୁଖ୍ୟ ରାସ୍ତା ରୁ ମାତ୍ର ୫୦୦ ମିଟର ଗ୍ରାମ ଭିତରକୁ ଗଲେ ପଡିବ ଏହି ରାସ୍ତା ।

ଛୋଟ ପିଲା , ବୁଢ଼ା ଓ ବୁଢି ମାନେ ଘରୁ ବାହାରି ପାରୁନଥିବା ବେଳେ ରୋଗୀ ମାନଙ୍କୁ ଡାକ୍ତରଖାନାକୁ ମଧ୍ୟ ଯାଇ ନପାରି ଘରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବାବେଳେ ଏଠି ସରକାରଙ୍କ ଦ୍ଵାରା କୁହାଯାଇଛ ଯେ ଯୋଜନା ଉପରେ ଯୋଜନା କରି ଲୋକଙ୍କ ବିକାଶ କରାଯାଇଛି କିନ୍ତୁ ସମ୍ପୂର୍ଣ ମିଥ୍ୟା ପ୍ରଚାର ଚଳାଇଛନ୍ତି ରାଜ୍ୟ ସରକାର। ବାରମ୍ବାର ଅଭିଯୋଗ କରିଛନ୍ତି ୩୦ ଟି ପରିବାରର ଲୋକ । ପ୍ରଶାସନ ଠାରୁ ଆରମ୍ଭ କରି ସରପଞ୍ଚ ଙ୍କ ଦୂଷ୍ଟି ଆର୍କଷଣ କରିଥିଲେ ବି ଫଳ ଶୂନ ।

ଆମ ରିପୋର୍ଟ ର ମଧ୍ୟ ଆଜି ଗ୍ରାଉଣ୍ଡ ଜିରୋ କୁ ଯାଇ ନିଜେ ମଧ୍ୟ ଖସି ପଡ଼ିବାର ଦୃଶ୍ୟ ଆପଣଙ୍କୁ ଆମେ ଦେଖାଉଛୁ । ସ୍ଥାନୀୟ ସରପଞ୍ଚଙ୍କ ବୟାନ ଭୋଗରାଇ ବ୍ଲକ ଏବେ କେବଳ ବିଜେଡ଼ି ନେତା ଙ୍କ ଦ୍ଵାରା ପରିଚାଳିତ ହେଉଛି । ବିରୋଧୀ ଦଳର ସରପଞ୍ଚ ଦେଇ ଥିବା ପ୍ରଜେକ୍ଟ କୁ ସରକାରୀ ଅଧିକାରୀ ମାନେ ଛିଣ୍ଡି ଫୋପାଡି ଦେଉଛନ୍ତି ଏହି ଭଳି ସଂଙ୍ଗୀନ ଅଭିଯୋଗ କରିଛନ୍ତି ସରପଞ୍ଚ ଓ ଗ୍ରାମବାସୀ ଯଦି ଆଗାମୀ ଦିନରେ ଏମାନଙ୍କ ର ରାସ୍ତାକୁ ତିଆରି କରାନଯାଏ ରାସ୍ତା ଅବରୋଧ କରିବେ ବୋଲି କହିଛନ୍ତି ଗ୍ରାମ ବାସୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମହିଳା କନେଷ୍ଟବଳ ଗୁଣ୍ଡାରାଜ ପଛର ନାୟକ କିଏ...

Thu Jul 22 , 2021
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡ଼ା)କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁଦିନ ବଢିଚାଲିଛି ପୋଲିସ କର୍ମଚାରୀଙ୍କ ଗୁଣ୍ଡାରାଜ !ଗତ କିଛି ଦିନ ତାଳେ କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ପୁଣି ଥରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି ରିଜର୍ଭ ପୋଲିସର ଜଣେ ମହିଳା କନେଷ୍ଟବଳ | କନେଷ୍ଟବଳଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ, କେଦ୍ରାପଡା ସାମ୍ବାଦିକ ସଙ୍ଘ […]

You May Like

Pin It on Pinterest