
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡ଼ା)କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁଦିନ ବଢିଚାଲିଛି ପୋଲିସ କର୍ମଚାରୀଙ୍କ ଗୁଣ୍ଡାରାଜ !ଗତ କିଛି ଦିନ ତାଳେ କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ପୁଣି ଥରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି ରିଜର୍ଭ ପୋଲିସର ଜଣେ ମହିଳା କନେଷ୍ଟବଳ |
କନେଷ୍ଟବଳଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ, କେଦ୍ରାପଡା ସାମ୍ବାଦିକ ସଙ୍ଘ ଖୋଜି ବାହାର କରିବାର ଆବଶ୍ୟକତା ଜରୁରୀ ଯେ ଉକ୍ତ କନେଷ୍ଟବଳ ସାମ୍ବାଦିକଙ୍କୁ ଆକ୍ରମଣ ସମୟରେ ବାରମ୍ବାର (ମତେ ଚିହିଁଚୁ ମୁ କିଏ) କହିବାର ବିଷୟ ବସ୍ତୁ ଉପରେ ଧ୍ୟାନ ଦେବାର ଅଛି |ପ୍ରକୃତରେ ଏ ଲେଡି ଡ଼଼ନ୍ କାହା ସାହସ୍ ରେ ଏତେ ଉତ୍ପାତ କରୁଛନ୍ତି …? ତାଙ୍କପଛର ନାୟକ କିଏ ସେ କୌଣସି କ୍ରିମିନାଲ ଗ୍ରୁପ ସହ ଅଛନ୍ତି ନା କୋଉ ରାଜନୈତିକ ନେତାଙ୍କ ବାହୁ ଛାୟା ନା କୌଣସି ଉପରସ୍ତ ଅଫିସରଙ୍କ ନିଜ ଲୋକ |

ଏକ ସପ୍ତାହ ଧରି ଆଳିର ଏକ ଦଳିତ ପରିବାରକୁ ନ୍ୟାୟ ନମିଳିବା ପ୍ରତିବାଦରେ ବି ଜେ ପି ପକ୍ଷରୁ ଏସ ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଯାଉଛି ଏହାର ଖବର ସଂଗ୍ରହ କରିବା ପାଇଁ ଭୀମସେନ ସେଠୀ ନାମକ ଜଣେ ସାମ୍ବାଦିକ ଘଟଣା ସ୍ଥଳକୁ ଯାଇଥିଲେ |ସେହି ସମୟରେ କେନ୍ଦ୍ରାପଡ଼ା ଏସ ପି କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ ମିନୁ ନାୟକ ବିନା ମାସ୍କରେ କାର୍ଯ୍ୟ କରୁଥିବାର ଦେଖି ସାମ୍ବାଦିକ ଭୀମସେନ ସେଠୀ ତାଙ୍କର ଫୋଟ ଉଠାଇ ସୋସିଆଲ ମିଡ଼ିଆ ରେ ଭାଇରଲ କରିବା ସହିତ ଏସପି ଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିଥିଲେ |

ଯାହାକୁ ନେଇ ଉକ୍ତ ମହିଳା କନେଷ୍ଟବଳ ମିନୁ ନାୟକ ଏସପି ଅଫିସ ସାମ୍ନା ରେ ସର୍ବ ସାଧାରଣରେ ଉକ୍ତ ସାମ୍ବାଦିକ ଭୀମସେନ ସେଠିଙ୍କୁ ମାଡ ମାରିଥିଲେ. ଯାହାର ଭିଡ଼ିଓ ଭାଇରଲ ହେବ ପରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଏକଜୁଟ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ସହିତ ମହିଳା କନେଷ୍ଟବଳ ଙ୍କ ନିଲମ୍ବନ ଦାବି କରିଥିଲେ. ପରେ ଏନେଇ ଜିଲ୍ଲାରେ ୫ଜଣ ବିଧାୟକ ଜିଲ୍ଲାପାଳଙ୍କ ସହ ୧ ଜରୁରୀକାଳୀନ ବୈଠକ କରିଥିଲେ |
ଅନ୍ୟପଟେ ସମ୍ପୃକ୍ତ କନେଷ୍ଟବଳ ଙ୍କ ପ୍ରତି ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜ ପ୍ରତକ୍ରିୟାରେ କହିଛନ୍ତି ଆଳି ବିଧାୟକ ପ୍ରତାପ ଦେବ ଓ ପାଟକୁରା ବିଧାୟକ ଅତନୁ ସବ୍ୟସାଚୀ ନାୟକ . ଅନ୍ୟପଟେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ ଜିଲ୍ଲାପାଳ ଓ ଏସପି ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ତୁରନ୍ତ ସମ୍ପୃକ୍ତ ମହିଳା କନେଷ୍ଟବଳକୁ ନିଲମ୍ବନ ଦାବି କରିଛନ୍ତି |
ଜିଲ୍ଲାପାଳଙ୍କ ପ୍ରତିଶୃତି ଏବଂ କେନ୍ଦ୍ରାପଡା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଏହିଭଳି ପ୍ରଶଂସନୀୟ କାର୍ଯ୍ୟକୁ, ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ର ରାଜ୍ୟ ସଭାପତି ଶ୍ରୀ ଅମୂଲ୍ୟ ଜେନା ଓ ପ୍ରାୟ ପ୍ରତ୍ୟକ ଜିଲ୍ଲାର ସାମ୍ବାଦିକ ସଙ୍ଘ ସାଧୁବାଦ ଜଣାଇଛନ୍ତି |



