ସାମ୍ବାଦିକଙ୍କୁ ପୋଲିସ କନେଷ୍ଟବଳ ମାଡ଼ ପ୍ରତିବାଦରେ ଭଦ୍ରକ ସାମ୍ବାଦିକଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର


ବବିତା ସାମଲ(ଭଦ୍ରକ) ବର୍ତ୍ତମାନ ସାରାରାଜ୍ୟରେ ସମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ବଢ଼ିବାରେ ଲାଗିଛି |ଆମ ସମ୍ବିଧାନରେ ଚତୁର୍ଥସ୍ଥମ୍ଭର ଆଖ୍ୟାଦିଆଯାଇଥିବା ଗଣମାଧ୍ୟମକୁ ସମ୍ମାନତ ଦୂରର କଥା ଖୋଦ ସରକାରୀ କଳର କର୍ମଚାରୀ ମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରୁଥିବା ଖବର ଅତ୍ୟନ୍ତ ଲଜ୍ଜାଜନକ | ବିଗତ ଦିନରେ ବିଜେପି ର ଏକ ଆନ୍ଦୋଳନ ରାଲିରେ କେନ୍ଦ୍ରାପଡା ଆରକ୍ଷିଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ପୋଲିସ କନେଷ୍ଟବଳ ସର୍ବସମ୍ମୁଖରେ ସାମ୍ବାଦିକଙ୍କୁ ମାଡ ଓ ଅଶ୍ଳୀଳ ଭାଷା ପ୍ରୟୋଗ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଯାହାକି ଆଜିବି ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି?କାରଣ ସେ ପୋଲିସ କର୍ମଚାରୀ ଯିଏକି ସବୁ ଆଇନକୁ ବେଖାତିର କରି ସଂଯମତା ଭୁଲିଯାଇ ସାମ୍ବାଦିକଙ୍କୁ ମାଡ ମାରୁଛନ୍ତି କିନ୍ତୁ ଦୁଃଖର ବିଷୟ ଘଟଣାକୁ ଦୁଇଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳ କାର୍ଯ୍ୟାଳୟରେ କେନ୍ଦ୍ରାପଡାର ପାଞ୍ଚ ବିଧାୟକଙ୍କ ଉପସ୍ଥିତିରେ ଏକ ମିଟିଙ୍ଗ ମଧ୍ୟ ବସିଥିଲା ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ନା ବିଧାୟକ ମାନେ କିଛି ସନ୍ତୋଷ ଜନକ ଉତ୍ତର ଦେଇଥିଲେ ନା ଜିଲ୍ଲାପାଳ ମହୋଦୟ?

ଖାଲି ପ୍ରତିଶୃତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କିନ୍ତୁ ସମସ୍ତ ପ୍ରମାଣ ମହିଳା ପୋଲିସ କନେଷ୍ଟବଳଙ୍କ ବିରୋଧରେ ଥିବା ସତ୍ୱେ ମଧ୍ୟ କାହିଁକି ଜିଲ୍ଲା ଆରକ୍ଷୀଅଧିକ୍ଷକ ହୁଅନ୍ତୁ ବା ଜିଲ୍ଲାପାଳ ବା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ସମସ୍ତଙ୍କୁ ଚକିତ ଓ ବ୍ୟଥିତ କରିଛି |ଜଣେ ସାଧାରଣ ପୋଲିସ କନେଷ୍ଟବଳ କଣ ଏତେ ପ୍ରଭାବଶାଳୀ ଯେ ତାଙ୍କ ବିରୁଦ୍ଧରେ କହିବା ପାଇଁ ପ୍ରଶାସନର ଜିଭ ଲେଉଟୁନି ନା ଶୁଣିବାକୁ ମିଳୁଛି କୌଣସି ପୋଲିସ ବଡବାବୁ ଅବା ପ୍ରଶାସନର କୌଣସି ଭିତିରି ସମ୍ପର୍କ ଏତେ ଯେ ନିବିଡ ଯାହା ପାଇଁ ମହିଳା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କହିବାପାଇଁ ସାହସ ଜୁଟାଇପାରୁନାହାନ୍ତି |

ତେଣୁ ସରକାର ଏଥି ପ୍ରତି ସଜାଗ ହେବା ଦରକାର କାରଣ ଯେଉ ଗଣମାଧ୍ୟମ ସରକାରଙ୍କୁ ପ୍ରଶଂସାରେ ପୋତି ପକାଏ ଯଦି ସରକାର ସେମାନଙ୍କୁ ଅଣଦେଖା କରିବେ ବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଅଶୋଭନୀୟ ଆଚରଣ କରୁଥିବା ଚରିତ୍ରଙ୍କ ଉପରେ କୌଣସି ସନ୍ତୋଷ ଜନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତାହାଲେ ଆଗାମୀଦିନରେ ସମ୍ବିଧାନ ଆଇନ ବ୍ୟବସ୍ତାକୁ ନେଇ ଡିଣ୍ଡିମ ପିଟୁଥିବା ସରକାରଯେ କେତେବେଳେ ଗଣମାଧ୍ୟମ ଦ୍ୱାରା ଲଜ୍ଜିତ ନହେବେ ସେଥିରେ ତିଳେମାତ୍ର ସନ୍ଦେହରେ ଅବକାଶ ନାହିଁ |

ଆଜି ଭଦ୍ରକରେ କେନ୍ଦ୍ରାପଡା ଘଟଣାକୁ ନେଇ ଏକ ସାମ୍ବାଦିକମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ମାଡ ମରାଯିବ ଘଟଣାକୁ ନିନ୍ଦା କରିବା ସହିତ ସାମ୍ବାଦିକଙ୍କୁ ସୁରକ୍ଷା ନିମନ୍ତେ ସରକାର ସଜାଗ ହେବା ଦରକାର ଓ ଯେଉଁମାନେ ସାମ୍ବାଦିକଙ୍କ ପ୍ରତି ଉଦ୍ଧତ ଆଚରଣ କରୁଛନ୍ତି ସେମାନଙ୍କ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ସମ୍ମିଳନିରେ ଉପସ୍ଥିତ ଥିବା ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି,ଶ୍ରୀକାନ୍ତ ତ୍ରିପାଠୀ, ଭଜ ଯେନା, ସତ୍ୟଭୂଷଣ ସ୍ୱାମୀ ସମେତ ଯୁବ ସାମ୍ବାଦିକ ସୁଜିତ ପାଣି,ଶୁଭ୍ରକାନ୍ତ ରାଉତରାୟଙ୍କ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ରହି ସମ୍ମିଳନୀରେ ନିଜର ମନ୍ତବ୍ୟ ଦେବାସହିତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ |ତେବେ ଦେଖିବାକୁ ବାକିରହିଲା କେବେ ସରକାରଙ୍କ ନିଦଭାଙ୍ଗୁଛି ଆଉ ସାମ୍ୱାଦିକଙ୍କୁ ନ୍ୟାୟ ମିଳୁଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚୌଦ୍ଵାର ଉଜ୍ଜିବନ ଫାଇନାନ୍ସ କର୍ମଚାରି ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

Fri Jul 23 , 2021
ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଟାଙ୍ଗୀ ଥାନା ଅନ୍ତର୍ଗତ ଭଟିମୁଣ୍ଡା ରାସ୍ତାର ମେଣ୍ଢାଖାଇ ପୋଲ ନିକଟରୁ ହୋଇଛି ଏକ ବଡ଼ ଧରଣର ଲୁଟ୍ ।ସୂଚନା ଅନୁସାରେ ଚୌଦ୍ୱାର ମୁଣ୍ଡମାଳ ସ୍ଥିତ ଉଜ୍ଜୀବନ ଫାଇନାନ୍ସ କମ୍ପାନୀ ର ଜଣେ କର୍ମଚାରୀ ଟଙ୍କା ନେଇ ବାଇକ୍ ରେ ଆସିବା ବାଟରେ ଦୁଇ ଜଣ ଯୁବକ କଳା ପଲସର୍ ବାଇକ୍ ରେ ଆସି ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ଘଟଣା ସ୍ଥଳରୁ ଫେରାର […]

You May Like

Pin It on Pinterest