ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ…

ବବିତା ସାମଲ(ଭଦ୍ରକ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କଲ୍ୟାଣୀ ନଗରୀ ଗ୍ରାମର ବ୍ରାହ୍ମଣ ଶାସନ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | କଲ୍ୟାଣୀ ଶାସନ ରେ ଥିବା ପ୍ରସନ୍ନ ପଣ୍ଡା ଙ୍କ ଧର୍ମ ପତ୍ନୀ ଶାନ୍ତିଲତା ପଣ୍ଡା ଙ୍କ ମୃତ ଦେହ ଘରପାଖ ବାଡ଼ି ପୋଖରୀରୁ ମିଳିଛି ଯାହାକୁ ନେଇ କଲ୍ୟାଣୀ ଶାସନ ରେ ଶୋକର ଛାୟା ଖେଳିଯାଇଛି |

ସୂଚନା ମୁତାବକ ଶାନ୍ତି ଲତା ଥିଲେ ଜଣେ ମିଷ୍ଟ ଭାଷୀ ଓ ଧର୍ମ ପରାୟଣ ମହିଳା. ତାଙ୍କର ଦୁଇ ପୁଅ ବଡ଼ ପୁଅ ପ୍ରଦୀପ ପଣ୍ଡା ବାହାରେ ଚାକିରୀ କରନ୍ତି ଓ ସାନ ପୁଅ ସଂଜୀବ (ଲିପନ )ଘରେ ରୁହନ୍ତି “ସ୍ୱାମୀ ପ୍ରସନ୍ନ ପଣ୍ଡା ମାନସିକ ରୋଗା ଗ୍ରସ୍ତ ହୋଇଥିବାରୁ କିଛି ଭଲ ମନ୍ଦ ବୁଝି ପାରନ୍ତି ନାହିଁ. ଶାନ୍ତିଲତା ଙ୍କ ପୁଅଙ୍କ କଥା ଅନୁଯାଇ ସେ ଆଜି ସଖାଳେ ଚୂଡ଼ାକୁଟି ପାଖରେ ଥିବା ସୋସାଇଟି ଅଫିସ ଦିନ ଦଶଟା ସମୟରେ ଯାଇଥିଲେ ସେଠାରୁ ଦିନ ୧୧. ୩୦ ବେଳକୁ ଫେରିକି ଦେଖନ୍ତି ମା ଘରେ ନାହାନ୍ତି ଓ ବାଡ଼ି ଘର ସବୁ ଖୋଜିଲା ବେଳକୁ ଦେଖନ୍ତି ମା ବାଡ଼ି ପୋଖରୀ ରେ ପଡି ଭାସୁଛନ୍ତି ତା ପରେ ସେ ଆଖ ପାଖ ଲୋକ ମାନଙ୍କୁ ଡାକି ଥିଲେ କିନ୍ତୁ ସେତେବେଳକୁ ତାଙ୍କ ମାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି କହିଥିଲେ|ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟି କୁ ବ୍ୟବଚ୍ଛେଦ ଲାଗି ଭଦ୍ରକ ସରକାରୀ ଡାକ୍ତରଖାନା କୁ ପଠାଇବା ସହିତ ଅଧିକ ତଦନ୍ତ ଚଳାଇଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତୀୟ ମଜଦୁର ସଂଘ ର ୬୭ତମ ସ୍ଥାପନା ଦିବସ ଅବସରରେ ଭାରତୀୟ ମଜଦୂର ସଂଘ ମାଲକାନଗିରି ଜିଲ୍ଲା ପକ୍ଷରୁ ବୃକ୍ଷ ରୋପଣ

Fri Jul 23 , 2021
ପ୍ରଭାତ ସାହା (ମାଲ୍କାନଗିର)ଭାରତୀୟ ମଜଦୂର ସଂଘ ର ୬୭ତମ ସ୍ଥାପନା ଦିବସ ଅବସରରେ ଭାରତୀୟ ମଜଦୂର ସଂଘ ମାଲକାନଗିରି ଜିଲ୍ଲା ପକ୍ଷରୁ କୋରୁକୋଣ୍ଡା ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମଜଦୂର ସଂଘ ଏକ ରାଷ୍ଟ୍ରବାଦୀ ସଂଘ ହିସାବରେ ସମାଜର ଶୋଷିତ , ପିଡୀତ, ନିଷ୍ପେସିତ ଲୋକଙ୍କ ପାଇଁ ସବୁବେଳେ ଲଢେଇ ଜାରି ରଖିଛି।ଏହି କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୂର ସଂଘ ର […]

You May Like

Pin It on Pinterest