
ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଟାଙ୍ଗୀ ଥାନା ଅନ୍ତର୍ଗତ ଭଟିମୁଣ୍ଡା ରାସ୍ତାର ମେଣ୍ଢାଖାଇ ପୋଲ ନିକଟରୁ ହୋଇଛି ଏକ ବଡ଼ ଧରଣର ଲୁଟ୍ ।ସୂଚନା ଅନୁସାରେ ଚୌଦ୍ୱାର ମୁଣ୍ଡମାଳ ସ୍ଥିତ ଉଜ୍ଜୀବନ ଫାଇନାନ୍ସ କମ୍ପାନୀ ର ଜଣେ କର୍ମଚାରୀ ଟଙ୍କା ନେଇ ବାଇକ୍ ରେ ଆସିବା ବାଟରେ ଦୁଇ ଜଣ ଯୁବକ କଳା ପଲସର୍ ବାଇକ୍ ରେ ଆସି ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।
ସାଲେପୁର ମାଳ ଅଞ୍ଚଳର ମହିଳା ଗୋଷ୍ଠୀ ଙ୍କ ଠାରୁ ଟଙ୍କା ୧ଲକ୍ଷ ୭୨ ହଜାର ଟଙ୍କା ସଂଗ୍ରହ କରି ଫେରିବା ବେଳେ ହୋଇଥିଲା ଲୁଟ୍। ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଲୁଟ୍ ଖବର ପାଇ ଉଜ୍ଜୀବନ ଫାଇନାନ୍ସ ର ଚୌଦ୍ୱାର କାର୍ଯ୍ୟାଳୟ ର ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛନ୍ତି।ତେବେ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ପରେ ସମ୍ପୃକ୍ତ କର୍ମଚାରୀ ଜଣକ ପୋଲିସ୍ ର ସନ୍ଦେହ କୁ ଆସିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।