
ପ୍ରଭାତ ସାହା (ମାଲ୍କାନଗିର)ଭାରତୀୟ ମଜଦୂର ସଂଘ ର ୬୭ତମ ସ୍ଥାପନା ଦିବସ ଅବସରରେ ଭାରତୀୟ ମଜଦୂର ସଂଘ ମାଲକାନଗିରି ଜିଲ୍ଲା ପକ୍ଷରୁ କୋରୁକୋଣ୍ଡା ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମଜଦୂର ସଂଘ ଏକ ରାଷ୍ଟ୍ରବାଦୀ ସଂଘ ହିସାବରେ ସମାଜର ଶୋଷିତ , ପିଡୀତ, ନିଷ୍ପେସିତ ଲୋକଙ୍କ ପାଇଁ ସବୁବେଳେ ଲଢେଇ ଜାରି ରଖିଛି।ଏହି କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୂର ସଂଘ ର ପ୍ରତିଷ୍ଠାତା ଦତୋପନ୍ତ ଥେଙ୍ଗଡୀ ଙ୍କୁ ସ୍ମରଣ କରିବା ସହ ଭାରତୀୟ ମଜଦୂର ସଂଘ ର ବିଭିନ୍ନ ଉପଲବ୍ଧି ଉପରେ ଆଲୋଚନା କରାଯାଇଥିଲା।
ଆଗାମୀ ଦିନରେ ମାଲକାନଗିରି ଜିଲ୍ଲା ରେ ସଂଘ କୁ ଆହୁରି ମଜବୁତ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସଂଘର ବରିଷ୍ଠ କର୍ମକର୍ତ୍ତା ତଥା ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ର ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡ଼ା , ସବିତା ଦେଇ , ମିନତି ପଣ୍ଡା , ଗୋଲାପ ବିଷୋୟୀ ଏବଂ ସ୍ଵର୍ଣ୍ଣଲତା ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।