ଆଜି ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୬୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୫୭୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୦୧୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୧୨୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରତ୍ନବେଦିକୁ ଫେରିଛନ୍ତି ମହାବାହୁ । ନୀଳାଦ୍ରି ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯାୟ । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି l ଏହାସହ ଆଜିଠୁ ଉପଲବ୍ଧ ହେବ ନୀଳାଚଳ ଅଭଡ଼ା ।

ରାଜଧାନୀରେ ବିଏମସି ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି । ଘରେ ଖରାପ ହୋଇ ପଡିଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଲୋକଙ୍କଠାରୁ ସଂଗ୍ରହ କରିବ ବିଏମସିର ଇ-ଓ୍ୱେଷ୍ଟ ଗାଡି । ପ୍ରତି ଶନିବାର ଏହି ଇ-ୱେଷ୍ଟ ସଂଗ୍ରହ ସଂଗ୍ରହ କରାଯିବ । ଆଜି ଏହାର ଶୁଭାରମ୍ଭ ହୋଇଛି ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଚି ହୋଇଥିବା ଲଘୁଚାପ ୱେଲମାର୍କଡ଼ ରୂପ ନେଇଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ତେବେ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼,ଦେବଗଡ଼,ଝାରସୁଗୁଡ଼ା, ସୋନପୁର, କେନ୍ଦୁଝର, ସମ୍ବଲପୁର, ବରଗଡ଼,ବଲାଙ୍ଗୀର, ନୂଆପଡ଼ା ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୦୯୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୪୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୩ ଲକ୍ଷ ୩୨ ହଜାର ୧୫୯ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୦ ହଜାର ୧୬ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୫ ଲକ୍ଷ ୩ ହଜାର ୧୬୬ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୦୮୯୭୭।

ଜାମ୍ମୁ କାଶ୍ମୀରର ବାନ୍ଦୀପୋରାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହେବାରୁ ସେନା ଗୁଳିରେ ଟଳିଛନ୍ତି ୨ ଆତଙ୍କବାଦୀ । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି । ବାନ୍ଦୀପୋରାର ସୋକବାବା ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା ।

ମହାରାଷ୍ଟ୍ରରେ ଲଗାଣ ବର୍ଷା ବନ୍ୟା ବୀଭିଷିକା ସୃଷ୍ଟି କରିଛି । ରାଇଗଡ଼ ଜିଲ୍ଲାରେ ୨ ଦିନ ହେବ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ , ୩୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏନ.ଡି.ଆର.ଏଫ୍. ଟିମ୍ ରେସକ୍ୟୁ ଅପରେସନ୍ ଜାରି ରଖିଛି। ପୂରା ମହାରାଷ୍ଟ୍ରରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ପାଇଁ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

ଆଜି କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନ୍ (CISCE) ପକ୍ଷରୁ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ICSE) ଓ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ (ISC)ର ଫଳାଫଳ ପ୍ରକାଶ ନେଇ ତାରିଖ ଘୋଷଣା କରିଛି । ଚଳିତ ବର୍ଷ ଯେଉଁ ଛାତ୍ରଛାତ୍ରୀ ମାନେ ICSE ଏବଂ ISC ପରୀକ୍ଷା ଦେଇଥିଲେ ସେମାନେ ଆଜି ଅପରାହ୍ନ ୩ଟାରେ CISCE ର ଅଫିସିଆଲ୍ ୱେବସାଇଟ୍ cisce.org ରେ ରେଜଲ୍ଟ ଦେଖିପାରିବେ ।

ଟୋକିଓ ଅଲିମ୍ପିକ୍ସରେ ଭାରତର ତୀରନ୍ଦାଜରେ ଦୀପିକା-ପ୍ରବୀଣଙ୍କ ଯୋଡି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତ ଚାଇନା ତାଇପେଇକୁ ୫-୩ ରେ ପରାସ୍ତ କରିଛି ।

ଟୋକିଓ ଅଲିମ୍ପିକ୍ସରେ ଭାରତର ମାରା ବାଈ ଚାନୁ ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତ୍ତୋଳକରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରତ୍ତୋଳକରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ମୀରାବାଇ ଚାନୁ ତାଙ୍କର ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ସଫଳ ହୋଇଥିଲେ ।

ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ । ବିନା ମାସ୍କରେ ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ ପାକିସ୍ତାନୀ ଆଥଲେଟ୍ । କୋଭିଡ ନିୟମ ଅନୁସାରେ ଆଥଲେଟଙ୍କୁ ଉଦଘାଟନୀ ସମାରୋହରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯଇଥିଲା । ହେଲେ ବ୍ୟାଡମିଣ୍ଟନ ଖେଳାଳି ମହୂର ଶହଜାଦ କିନ୍ତୁ ମୁହଁରେ ଠିକ ରୂପେ ମାସ୍କ ପିନ୍ଧିନଥିଲେ । ପାକିସ୍ତାନ ବ୍ୟତୀତ କିର୍ଗିଜସ୍ତାନ ଓ ତାଜିକସ୍ତାନ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି

ଫିଲିପାଇନ୍ସରେ ଆଜି ସକାଳେ ଶକ୍ତିଶାଲୀ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଫିଲିପାଇନ୍ସର ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟର କହିଛି ଯେ ଲୁଜନର ମୁଖ୍ୟ ଦ୍ୱୀପପୁଞ୍ଜରେ ୬.୭ ତୀବ୍ରତାରେ ଏକ ଭୂକମ୍ପ ଘଟିଛି । ଏହାର କେନ୍ଦ୍ର ସ୍ଥଳ ୧୧୨ କିଲୋମିଟର ତଳେ ଗଭୀରରେ ଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦେଶ ବଞ୍ଚାଅ ଅଭିଯାନ"ପରିପ୍ରେକ୍ଷୀରେ ଭଦ୍ରକ ରେ ମିଳିତ କନଭେନସନ...

Sat Jul 24 , 2021
ବବିତା ସାମଲ (ଭଦ୍ରକ):କୃଷି ଜାତ ସାମଗ୍ରୀ ର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଆଇନ ପ୍ରଣୟନ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ର ଦର ନିୟନ୍ତ୍ରଣ କରିବା,ଶ୍ରମିକ ବିରୋଧୀ ୪ ଟି ଶ୍ରମକୋଡ,କୃଷକ ବିରୋଧୀ ୩ ଟି କୃଷି ଆଇନ, ବିଦ୍ୟୁତ ଘରୋଇକରଣ ବିଲ- ୨୦୨୦ ବାତିଲ କରିବା, କୃଷି ଜାତ ସାମଗ୍ରୀ ର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଆଇନ ପ୍ରଣୟନ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ର ଦର ନିୟନ୍ତ୍ରଣ […]

You May Like

Pin It on Pinterest