ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ…

ବାସ୍ତବବ୍ୟୁରୋ:(ଭଦ୍ରକ)ଧାରୁଆ ମାରଣାସ୍ତ୍ର ରେ ମହିଳା ଙ୍କୁ ପିଟି ପିଟି ହତ୍ୟା, କୁରାଢ଼ୀ ସାହାଯ୍ୟରେ ଅତି ନୃଶଂସ ଭାବେ ମହିଳା ଙ୍କ ମୁଣ୍ଡ କୁ ଛେଚି ହତ୍ୟା । ମୃତ ମହିଳା ଜଣଙ୍କ ହେଲେ ଛବିଲତା ସାହୁ। ପର କିୟା ପ୍ରୀତି ସନ୍ଦେହ ରେ ସ୍ୱାମୀ ଏଭଳି ଅମାନୁଷିକ ଭାବେ ସ୍ତ୍ରୀ କୁ ମାରିଥିବା ସନ୍ଦେହ କରାଯାଉଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ପଞ୍ଚାୟତ ଏଡା ଦେଇ ଗ୍ରାମର ଗୋବିନ୍ଦ ସାହୁ ଓ ତାଙ୍କ ସ୍ତ୍ରୀ ଛବି ଲତା ଏକାକୀ ରହୁଥିଲେ।

ତାଙ୍କର ଦୁଇ ପୁଅ ବାହାର ରାଜ୍ୟରେ ଘରୋଇ କମ୍ପାନୀ ରେ ରହି କାମ କରୁଛନ୍ତି। କିନ୍ତୁ ଗତକାଲି ରାତିରେ କୌଣସି ଘଟଣା କୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗିବା ପରେ ସ୍ୱାମୀ କୁରାଢ଼ୀ ରେ ସ୍ତ୍ରୀ ର ମୁଣ୍ଡକୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ସ୍ତ୍ରୀ ର ମୃତ ଶରୀର ଘର ଭିତରେ ପଡ଼ିଥିବା ବେଳେ ପରକିୟା ପ୍ରୀତି ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ତଦନ୍ତ ପରେ ଏହି ଅମାନୁଷିକ ହତ୍ୟା ଘଟଣା ର ସ୍ପଷ୍ଟ ସୂଚନା ଆସିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅନଲାଇନ୍ କ୍ଲାସ କରିବାକୁ ଆସି ନିଖୋଜ ଥିବା ଛାତ୍ର ର ମୃତ ଦେହ ଉଦ୍ଧାର...

Sun Jul 25 , 2021
(ନିଶ୍ଚିନ୍ତକୋଇଲି)ଅନଲାଇନ କ୍ଲାସ କରିବାକୁ ଆସି ଗତ କାଲିଠାରୁ ନିଖୋଜ ଥିବା ସାଇ କୃଷ୍ଣ ଙ୍କ ମୃତ ଦେହ ମହାନଦୀ ରେ ଭାସୁଥିବା ଦେଖିବାକୁ ମିଳିଛି। ସାଇ କୃଷ୍ଣ ଙ୍କ ପିତାଙ୍କ ନାମ ବରଦା ମିଶ୍ର ଘର ଜଗତସିଂହପୁର ଜିଲ୍ଲା ପାଲି ପଞ୍ଚାୟତ। ସେ ଏବଂ ତାଙ୍କ ପରିବାର ଉତ୍ତରକୁଳ ରେ ଏକ ଭଡା ଘରେ ରହି ଉତରକୁଳ ହାଇ ସ୍କୁଲ ରେ ନବମ ଶ୍ରେଣୀ ପାଠ ପଢୁଥିବା ବେଳେ ତାଙ୍କ […]

You May Like

Breaking News

Pin It on Pinterest