
ବାସ୍ତବବ୍ୟୁରୋ:(ଯାଜପୁର) ନୂତନ ଭାବରେ ଯାଜପୁର ଜିଲ୍ଲା ୱ୍ୟେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘ ଗଠନ କରାଯାଇଛି |ଏହିସଙ୍ଘର ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ଓଡିଶା ୱ୍ୟେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘର ସଭାପତି ଶ୍ରୀ ଅମୁଲ୍ୟ କୁମାର ଜେନା ଯୋଗ ଦେଇଥିଲେ | କେନ୍ଦ୍ରାପଡ଼ା ରେ ସାମ୍ବାଦିକଙ୍କୁ ପୋଲିସ୍ ର ଅମାନୁଷିକ ଆକ୍ରମଣର ସେ ପ୍ରଥମେ ଗୋର ନିନ୍ଦା କରିଥିଲେ |
ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତରରେ ଶ୍ରୀ ଜେନା କହିଥିଲେକି ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘ ପ୍ରତ୍ୟେକ ଜିଲ୍ଲାରେ ସଂଘକୁ ମଜଭୁତ କରିବା ଆମର ମୂଳଲକ୍ଷ୍ୟ |ସବୁଠାରେ ସମସ୍ତଙ୍କ ସହ ସମାନ ସମ୍ମାନ ସହ ସମାନ ଅଧିକାର, ଆମେ ରାଜ୍ୟର ସମସ୍ତ ସାମ୍ବାଦିକ ବନ୍ଧୁ ତଥା ୱ୍ୟେବ କର୍ମକର୍ତା ବନ୍ଧୁମାନେ ଏକାଠି ନହେଲେ ସମ୍ଭବ ନୁହେଁ |

ଯାଜପୁର ଜିଲ୍ଲା ସଂଘର ସଭାପତି ଶ୍ରୀ ଦିବାକର ଲେଙ୍କା ମତ ରଖିଥିଲେ ଯାଜପୁରଜିଲ୍ଲା ରେ କିପରି ଆଉରି ମଜବୁତ ହେବ ସେ ବିଷୟ ରେ ଆମକୁହିଁ ଚିନ୍ତା କରିବାକୁ ପଡିବ |ସମସ୍ତେ ଏକାଠି ହେଲେ ଆମ ଅଧିକାର ଆମେ ପାଇଁ ପରିବା | ଅତିଥି ମାନଙ୍କ ମଧ୍ୟ୍ୟ ରେ ଥିଲେ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘ ର ସଭାପତି ଅମୁଲ୍ୟ କୁମାର ଜେନା ଶ୍ରୀ ଜିତେନ୍ଦ୍ର କୁମାର ରାଉତରାୟ ରାଜ୍ୟ ସାଙ୍ଗ ଠନିକ ସଭାପତି ରାଜେଶ ଧଳ ସାମନ୍ତ ରାଜ୍ୟ ଉପସଭାପତି ବିବେକା ନନ୍ଦ ରାୟ ଏଡିଟର ସୁଯ୍ୟସ୍ତ ନିୟୁଜ ଶ୍ରୀମତୀ ପ୍ରଣତି ଲେଙ୍କା, ଉପସ୍ଥିତ ରହି ନିଜ ନିଜର ମତ ପୋଷଣକରିବା ସହ ସଂଘ କୁ ତୃଣମୂଳ ସ୍ତରରେ ମଜଭୁତ କରାଇବା ପାଇଁ ଦୃଢ ସଂକଳ୍ପ ନେଇଥିଲେ |