
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ଗ୍ୟାଙ୍ଗଷ୍ଟର ହାଇଦର ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଏହାପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୦ ତାରିଖ ଯାଏ ଧାରା ଜାରି ରହିବ । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ସମେତ ବାରିମୂଳ, କପାଳେଶ୍ୱର, ଗୁଲନଗର, ଜମଧର ପଞ୍ଚାୟତ ମାନଙ୍କରେ କଡ଼ା କଟକଣା ଜାରି ହୋଇଛି ।

ସଂପୃକ୍ତ ଅଞ୍ଚଳରେ କେବଳ ପରିବା ଓ ଗ୍ରୋସରୀ ଦୋକାନ ସକାଳ ୭ଟାରୁ ଦିନ ୧୧ଟା ଯାଏ ଖୋଲା ରହିବ । ହୋଟେଲରୁ ଲୋକ କେବଳ ପାର୍ସଲ ଆଣି ପାରିବେ । ଅନ୍ୟ ଦୋକାନ ଖୋଲିବା ଓ ଗାଡ଼ିମୋଟର ଚଳାଚଳରେ କଟକଣା ରହିବ । ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ।

ଅନ୍ୟ ପକ୍ଷରେ ହାଇଦରର ରଣପଡ଼ା ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କୌଣସି ଆଇନଶୃଙ୍ଖଳା ଓ ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛି । ସେହିପରି ଦୁହୁରିଆ, ତିନି ମୁହାଣୀ ଓ ଗରାପୁର ଅଞ୍ଚଳରେ ଯାଞ୍ଚକୁ କଡ଼ାକଡ଼ି କରିଛି ପୋଲିସ ।



