ଭୁବନେଶ୍ୱର(ବାସ୍ତବ ଟିଭି): ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ଲଢ଼ିବେନି ନିର୍ବାଚନ । ଏ ନେଇ ଆଜି ଖୁଲମଖୁଲା ପ୍ରକାଶ କରିଛନ୍ତି, ଏବଂ ସେ କହିଛନ୍ତିକି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥରାହୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ତଥାଗତ । ସବୁଠୁ ବଡ଼ କଥା ହେଉଛି ତଥାଗତ ଆହୁରି ମଧ୍ୟ କହିଛନ୍ତିକି ସେ ରାଜନୀତିରୁ ଓହରିବା ପରେ ସେ ସାମ୍ବାଦିକରେ ଫୋକସ୍ କରିବେ ବୋଲି କହିଛନ୍ତି । ଏବ ଂ ତାହା ସହ ସେ ଆହୁରି ମଧ୍ୟ କହିଛନ୍ତିକି ସେ କାହାରି ଚାପ ନୂହେଁ ବରଂ ତାଙ୍କ ପୁଅ ରାଜନୀତିଠୁ ଦୁରେଇ ରହିବାକୁ କହିବାରୁ ରାଜନୀତି ଛାଡ଼ୁଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ତଥାଗତଙ୍କର ଏଭଳି ନିଷ୍ପତ୍ତି ପଛରେ ତାଙ୍କୁ ଦଳରେ ଅଣଦେଖା କରାଯିବା ମୁଖ୍ୟ କାରଣ ବୋଲି କୁହାଯାଉଛି। ୨୦୦୪ ମସିହାରୁ ତଥାଗତ ଲଗାତାର ଭାବେ ଢେଙ୍କାନାଳରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିଲେ । ତଥାଗତଙ୍କ ଏଭଳି ନିଷ୍ପତ୍ତି ନେଇ ଦଳୀୟ ନେତାମାନେ ଆଶ୍ଚର୍ୟ୍ୟ ପ୍ରକାଶ କରିଛନ୍ତି।

ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ଯେ ତଥାଗତଙ୍କ ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ସେ ଜଣେ ଭଲ ସାଂସଦ। ସେ ନିର୍ବାଚନ ନଲଢିଲେ ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ସେପଟେ ତଥାଗତଙ୍କର ଏମିତି ରାଜନୀତିରୁ ସନ୍ୟାସ ନେବାକୁ ନେଇ ସାଧାରଣ ମହଲରେ ଚର୍ଚ୍ଚାର ବିଷୟ ପାଲଟିଲାଣି । ସାଧରଣ ଲୋକଙ୍କ କହିବା ଅନୁଯାୟୀ ତଥାଗତଙ୍କ ଏମିତି ହଠାତ୍ ରାଜନୀତିରୁ ସନ୍ୟାସ ନେବା ଉପରେ ନିଶ୍ଚୟ ଅନ୍ୟକିଛି ଉଦ୍ଦେଶ୍ୟ ରହିଛି । ସେପଟେ ତଥାଗତଙ୍କ ଘନିଷ୍ଠ ବନ୍ଧୁ ତଥା ବୈଜୟନ୍ତ ପଣ୍ଡା ଗତକାଲି ବିଜେପିରେ ମିଶିଥିବାବେଳେ ତଥାଗତଙ୍କ ଏମିତି ଶିଘ୍ର ତରବରିଆ ଭାବେ ରାଜନୀତିକୁ ବାୟ ବାୟ କରିବା ଯେମିତି ରାଜ୍ୟ ରାଜନୀତିକୁ ସରଗରମ କରିଛି ।