ବିଜେପୁରରେ ରୀତା ସାହୁଙ୍କ ବାଜିମାତ

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ବିଜେପୁର ଉପନିର୍ବାଚନରେ ବିପୁଳ ସଂଖ୍ୟା ର ଭୋଟ ପାଇ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିଜୟିନୀ ହୋଇଛନ୍ତି। ଶେଷ ରାଉଣ୍ଡ୍‌ ଗଣତି ଶେଷ ସୁଦ୍ଧା ୧ ଲକ୍ଷ ୩୫ ହଜାର ୯୫୭ ଖଣ୍ଡ ଭୋଟ୍‌ ପାଇ ରୀତା ସାହୁ ୯୭ ହଜାର ୯୯୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଏହି ଉପନିର୍ବାଚନ ଜିଣିଛନ୍ତି। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୩୭୯୬୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୫୮୭୩ ଖଣ୍ଡ ଭୋଟ୍‌ ପାଇଛନ୍ତି। ପୂର୍ବରୁ କଂଗ୍ରେସର ଗଡ଼ କୁହାଯାଉଥିବା ଏହି ଆସନରେ ଏଥରକୁ ମିଶାଇ ବିଜେଡି କ୍ରମାଗତ ତିନି ଥର ବିଜୟୀ ହୋଇଛି।

ଏହା ସହ ରୀତା ଆଉ ଏକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ରାଜ୍ୟର ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହେଇଛନ୍ତି ରୀତା । ସବୁଠୁ ବଡ କଥା ହେଲା, ୨୦୧୮ ଉପନିର୍ବାଚନ ତୁଳନାରେ ଢେର ଅଧିକ ଭୋଟ ହାତେଇଛନ୍ତି ରୀତା। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜେଡିର ଏହି ବିଜୟ ରେ ରିତା ସାହୁଙ୍କୁ ବଧାଇ ଜଣାଇବା ସଙ୍ଗେ ସଙ୍ଗେ ସମସ୍ତ କର୍ମୀ ଓ ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବର୍ଷାରେ ଭୁଶୁଡୁଛି ପାହାଡ଼

Thu Oct 24 , 2019
ବାସ୍ତବ ବ୍ୟୁରୋ(ପାରଳାଖେମୁଣ୍ଡି): ଗତକାଲି ଠାରୁ ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଦୁଇଦିନ ଧରି ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଗୁମ୍ମା ବ୍ଲକ୍‌ ତିପିସିଂ-କୁଲମ ମଧ୍ୟରେ ଥିବା ଏକ ପାହାଡ ଗୁରୁବାର ହଠାତ ଭୁଶୁଡି ପଡ଼ିଛି। ପାହାଡ ଭୁଶୁଡିବାରୁ ୪ଟି ଘର ସହିତ ଘର ଆଖପାଖରେ ଥିବା ଜୀବଜନ୍ତୁ ଓ ଘରର ଅନେକ ସମାଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ପାହାଡ ଭୁଶୁଡିବା […]

You May Like

Pin It on Pinterest